Advertisement

କିନ୍ନର, ଅସହାୟଙ୍କୁ ଯୋଗାଇଲେ ଆହାର

ବରଗଡ଼ ଅଫିସ୍‌,୨୦।୪: ବରଗଡ଼ ପାଣିଛତ୍ରଠାରେ ସୋମବାର ଗରିବ, ଅସହାୟ ତଥା କିନ୍ନରଙ୍କ ପାଇଁ ଅନ୍ନ ଭୋଜନର ବ୍ୟବସ୍ଥା କରାଯାଇଥିଲା। ଅନ୍ନଭୋଜନ କାର୍ଯ୍ୟକ୍ରମକୁ ଅଞ୍ଚଳର ଅସହାୟ ଲୋକେ ଆସି ରନ୍ଧା ଖାଦ୍ୟ ଖାଇଥିଲେ। ସାମାଜିକ କର୍ମୀ ପରୀକ୍ଷିତ ଛତର ଏହି ଭୋଜନର ବ୍ୟବସ୍ଥା କରିଥିବାବେଳେ ଏଥିରେ ଅନ୍ତିମ ସାହୁ, ହେମନ୍ତ ଛତ୍ରିଆ, ମୁକେଶ ଅଗ୍ରୱାଲ, କାନ୍ତ ମାଝି, ସତ୍ୟନାରାୟଣ ସୁନା, ରାଜେଶ ସୋଙ୍କର, ଅନିଲ ଛତର, ମୁନ୍ନା ମାଝି, ଲକ୍ଷ୍ମୀ ସା, କଇଁଟୁ ମେହେର, ଦୟାନିଧି ବାଗ, ଆନନ୍ଦ ଛତର, ପ୍ରଶାନ୍ତ ବେହେରା, ମଳୟ ବେହେରା ପ୍ରମୁଖ ସକ୍ରିୟ ଅଂଶଗ୍ରହଣ କରିଥିଲେ ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share