ବାଲୁଗଁା,୪ା୬(ଡି.ଏନ.ଏ.): ହିନ୍ଦୁ ଧର୍ମରେ ସ୍ବାମୀର ଆରୋଗ୍ୟ କାମନା କରି ମହିଳାମାନେ ସାବିତ୍ରୀ ବ୍ରତ ପାଳନ କରିବା ପରମ୍ପରା ରହିଛି । ତେବେ ବାଲୁଗାଁସ୍ଥିତ ତୃତୀୟ ଲିଙ୍ଗ ସାମାଜିକ ସଂଗଠନ ଚେତନା ପକ୍ଷରୁ ଏହି ବ୍ରତ ପାଳନ କରାଯିବା ଏଠାରେ ଚର୍ଚ୍ଚାର ବିଷୟ ହୋଇଛି । ସୋମବାର ପବିତ୍ର ସାବିତ୍ରୀ ବ୍ରତ ଉପଲକ୍ଷେ ବାଲୁଗାଁର ପ୍ରସିଦ୍ଧ ଶୈବପୀଠ ଶ୍ରୀ ଶ୍ରୀ ଉମାମହେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଥିବା ସାବିତ୍ରୀ ପୀଠ ଏବଂ ସ୍ଥାନୀୟ ବିଭିନ୍ନ ପୂଜାସ୍ଥଳୀରେ ବ୍ରତଧାରୀ ମହିଳାଙ୍କ ଭିଡ଼ ଜମିଥିଲା । ଲମ୍ବାଧାଡ଼ି କରି ମହିଳାମାନେ ପ୍ରବଳ ଖରାରେ ଠିଆ ହୋଇ ମା’ଙ୍କୁ ପୂଜା କରି ସ୍ବାମୀଙ୍କ ଆରୋଗ୍ୟ ଲାଭ ପାଇଁ ଆଶୀର୍ବାଦ କାମନା କରିଥିଲେ ା କିନ୍ନର ସଂଗଠନ ପକ୍ଷରୁ ମଧ୍ୟ ପାରମ୍ପରିକ ରୀତିରେ ପୂଜାର୍ଚ୍ଚନା କରାଯାଇଥିଲା । ମୁଖ୍ୟତଃ ଗୁରୁଙ୍କ ଉଦ୍ଦେଶ୍ୟରେ ଏହି ବ୍ରତ ପାଳନ କରାଯାଉଥିବା କିନ୍ନର ଚିନ୍ମୟୀ ବେହେରା ପ୍ରକାଶ କରିଛନ୍ତି ା ସୀମା କିନ୍ନର, ଡ଼ଲି, ଜୁଲି, ପୂଜା, ରୂପାଲି, ଲିଜା, ସୃଷ୍ଟି ପ୍ରମୁଖ ସାବିତ୍ରୀ ବ୍ରତ ପାଳନ କରିଥିବା ଦେଖିବାକୁ ମିଳିଥିଲା।