କିପରି କମାଇବେ ବିଜୁଳି ବିଲ୍‌

ବିଜୁଳି ବିଲ୍‌କୁ ନେଇ ଆପଣ ଚିନ୍ତିତ କି? ଯଦି ହଁ, ତେବେ ନିମ୍ନୋକ୍ତ କେତୋଟି ଟିପ୍ସକୁ ଆପଣାଇଲେ କିଛିମାତ୍ରାରେ ବିଜୁଳି ବିଲ୍‌ କମାଇ ପାରିବେ…

ଯଦି ରୁମ୍‌ରେ କେହିନାହାନ୍ତି ଏବଂ ସେଠାରେ ଲାଇଟ୍‌ ଜଳୁଛି କିମ୍ବା ଫ୍ୟାନ୍‌ ବୁଲୁଛି, ତେବେ ସେ ରୁମ୍‌ର ଲାଇଟ୍‌ ଓ ଫ୍ୟାନ୍‌ର ସୁଇଚ୍‌ ଅଫ୍‌ କରିଦିଅନ୍ତୁ।
ବେଳେବେଳେ ଆପଣ ବାଥ୍‌ରୁମ୍‌ ଯାଇଥିବେ, କିନ୍ତୁ ଲାଇଟ୍‌ ଅନ୍‌ କରିଥିବେ। ସୁଇଚ୍‌ ଅଫ୍‌ କରିବାକୁ ଭୁଲିଯାନ୍ତି। ଏଥିପାଇଁ ସତର୍କ ରହିବା ଉଚିତ୍‌।
ରୋଷେଇ ଘରେ ଯଦି ଆବଶ୍ୟକ ପଡୁଛି ଲାଇଟ୍‌ ସୁଇଚ୍‌ ଅନ୍‌ କରନ୍ତୁ। ଯେତେବେଳେ ଆପଣ ରୋଷେଇ ଘରେ ନାହାନ୍ତି, ତେବେ ଲାଇଟ୍‌ ସୁଇଚ୍‌ ଅଫ୍‌ କରିଦିଅନ୍ତୁ।
ଯଦି ଆପଣ ଏସି କିମ୍ବା ଫ୍ରିଜ୍‌ କିଣୁଛନ୍ତି, ଚେଷ୍ଟା କରନ୍ତୁ ୫ ଷ୍ଟାର ଥିବା ଏସି କିମ୍ବା ଫ୍ରିଜ୍‌ କିଣିବା ପାଇଁ। ଏହା ଆପଣଙ୍କ ବିଜୁଳି ବିଲ୍‌ କମ୍‌ କରିବାରେ ସାହାଯ୍ୟ କରିବ।
ଯଦି ଆପଣ ଘରେ କିଛିଦିନ ରହୁନାହାନ୍ତି, ତେବେ ଫ୍ରିଜ୍‌ ସୁଇଚ୍‌ ଅଫ୍‌ କରିଦିଅନ୍ତୁ। ଲାଇଟ୍‌, ଟିଭି, କୁଲର, ଏସି ଆଦି ଆବଶ୍ୟକ ପଡିଲେ ଚଲାନ୍ତୁ। କୌଣସି ଜିନିଷ ଆବଶ୍ୟକ ନ ଥିଲେ ଚଲାନ୍ତୁ ନାହିଁ।
ଯଦି ବି ଆପଣ ଚାହୁଁଛନ୍ତି ଆପଣଙ୍କ ଇଲେକ୍‌ଟ୍ରିକ୍‌ ବିଲ୍‌ କମ୍‌ ହେଉ, ତେବେ ଘରେ ସବୁବେଳେ ଏଲଇଡି ଲାଇଟ୍‌ ବ୍ୟବହାର କରନ୍ତୁ।