Categories: ଜାତୀୟ

କିପରି ବଦଳିଲା ମହାରାଷ୍ଟ୍ର ଗଣିତ

ମୁମ୍ବାଇ,୨୪ା୧୧: ମହାରାଷ୍ଟ୍ରରେ ଏନ୍‌ସିପି-କଂଗ୍ରେସ ସମର୍ଥନରେ ଶିବସେନା ସରକାର ଗଢ଼ିବ ବୋଲି ଶୁକ୍ରବାର ରାତିରେ ଚୂଡାନ୍ତ ନିଷ୍ପତ୍ତି ଘୋଷଣା ହେବା ସତ୍ତ୍ୱେ ଶନିବାର ସକାଳେ ଭାଜପା ନେତା ଦେବେନ୍ଦ୍ର ଫଡନବିସ୍‌ ମୁଖ୍ୟମନ୍ତ୍ରୀ ଓ ଏନ୍‌ସିପି ନେତା ଅଜିତ ପାଓ୍ବାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ତେବେ ଏହା ସମ୍ଭବ ହେଲା କିପରି ତାକୁ ନେଇ ସାଧାରଣରେ ଉତ୍କଣ୍ଠା ପ୍ରକାଶ ପାଇଛି। ରାତିକ ଭିତରେ କିପରି ରାଜନୈତିକ ଦୃଶ୍ୟପଟ ବଦଳିଲା ତାହାର ଘଟଣାକ୍ରମ ନିମ୍ନରେ ଦିଆଗଲା।
ଶୁକ୍ରବାର ରାତି ୧୧.୪୫: ମହାରାଷ୍ଟ୍ରରେ ସରକାର ଗଠନ ନେଇ ଅଜିତ ପାଓ୍ବାର ଏବଂ ଭାଜପା ମଧ୍ୟରେ ଡିଲ୍‌ ଚୂଡ଼ାନ୍ତ ହେଲା।
୧୧.୫୫: ଶିବସେନା-ଏନ୍‌ସିପି-କଂଗ୍ରେସ ସରକାର ଗଠନ ଦାବି ଜଣାଇବା ପୂର୍ବରୁ ଶପଥ ନେବା ସମ୍ପର୍କରେ ଦେବେନ୍ଦ୍ର ଫଡ୍‌ନବିସ ଦଳୀୟ ବିଧାୟକମାନଙ୍କୁ ଜଣାଇଲେ।
୧୨.୩୦: ରାଜ୍ୟପାଳ ଭଗତ ସିଂ କୋଶିୟାରୀ ତାଙ୍କର ଦିଲ୍ଲୀ ଗସ୍ତ ବାତିଲ କଲେ
୨.୧୦: ଶନିବାର ସକାଳ ୫ଟା ୪୭ରେ ରାଷ୍ଟ୍ରପତି ଶାସନ ଉଚ୍ଛେଦ ନିର୍ଦ୍ଦେଶନାମା ଦାଖଲ ଓ ୬ଟା ୩୦ରେ ଶପଥ ଗ୍ରହଣ ଉତ୍ସବ ଆୟୋଜନ କରିବାକୁ ରାଜ୍ୟପାଳଙ୍କ ସଚିବଙ୍କୁ କୁହାଗଲା।
୨.୩୦: ଦୁଇ ଘଣ୍ଟା ମଧ୍ୟରେ ଫାଇଲ ଦାଖଲ କରିବେ ବୋଲି ରାଜ୍ୟପାଳଙ୍କ ସଚିବ ଜଣାଇଲେ ଓ ସକାଳ ୭ଟା୩୦ରେ ଶପଥ ଗ୍ରହଣ ପାଇଁ ପରାମର୍ଶ ଦେଲେ।
ଶନିବାର ସକାଳ ୫.୩୦: ଦେବେନ୍ଦ୍ର ଫଡ୍‌ନବିସ ଓ ଅଜିତ ପାଓ୍ବାର ରାଜଭବନରେ ପହଞ୍ଚତ୍ଲେ
୫.୪୭: ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ହଟିଲା।
୭.୫୦: ରାଜ୍ୟପାଳ ଶପଥ ଗ୍ରହଣ ଉତ୍ସବ ଆରମ୍ଭ କଲେ।
୮.୦୧: ଦେବେନ୍ଦ୍ର ଫଡ୍‌ନବିସ ଓ ଅଜିତ ପାଓ୍ବାର ଶପଥ ନେବା ଖବର ପ୍ରସାରଣ ହେଲା।
୮.୧୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟୁଇଟ୍‌ କରି ଫଡ୍‌ନବିସ ଓ ଅଜିତ ପାଓ୍ବାରଙ୍କୁ ଅଭିନନ୍ଦନ ଜଣାଇଲେ।

Share