Categories: ଫୁରସତ

କିପରି ହୋଇଥିଲା ଟେଲିଫୋନରେ ‘ହାଲୋ’ର ବ୍ୟବହାର

ପ୍ରାୟ ଆମେ ସମସ୍ତେ ଛୋଟବେଳୁ ଏହା ଦେଖି ଆସୁଛୁ, ଆଉ ଶୁଣି ଆସୁଛୁ ଯେ ଫୋନ୍‌ ଉଠାଇବା କ୍ଷଣି ‘ହାଲୋ’ କୁହାଯାଇଥାଏ। ପରେ ବ୍ୟବହାରକାରୀ ଅନ୍ୟ କଥା ହୋଇଥାନ୍ତି। କେବେ ଆପଣ ଏହା ଭାବିଛନ୍ତି କି ଫୋନ୍‌ ଉଠାଇବା କ୍ଷଣି ଲୋକେ କାହିଁକି ହାଲୋ କହିଥାନ୍ତି। କ’ଣ ପାଇଁ ଆଉ କିଛି କହି ନ ଥାନ୍ତି। ଏହାକୁ ନେଇ ଅନେକ ପ୍ରକାର କାହାଣୀ ଶୁଣିବାକୁ ମିଳୁଥିଲେ ହେଁ ଏହାର ପ୍ରାମାଣିକ ସତ୍ୟାସତ୍ୟ ନାହିଁ। ତେବେ ଆସନ୍ତୁ ଏହି ଶବ୍ଦର ଉତ୍ପତ୍ତି ବିଷୟରେ ଜାଣିବା।
ଆଲେକ୍‌ଜାଣ୍ଡର ଗ୍ରାହାମ ବେଲ୍‌ ଟେଲିଫୋନ୍‌ ଆବିଷ୍କାର କରିଥିଲେ । ୧୦ ମାର୍ଚ୍ଚ ୧୮୭୬ରେ ତାଙ୍କୁ ଟେଲିଫୋନ୍‌ ପେଟେଣ୍ଟ ମିଳିଥିଲା। ଗ୍ରାହାମ୍‌ ବେଲ ପ୍ରଥମେ ତାଙ୍କ ସାଥୀ ଓ୍ବାସ୍ତାନାଙ୍କ ପାଇଁ ଏକ ମେସେଜ ପଠାଇଥିଲେ। ‘ତୁମେ ଏଠାକୁ ଆସ ମୋତେ ତୁମର ଆବଶ୍ୟକ ଅଛି’ ବୋଲି ସେ କହିଥିଲେ। ଏହି ସମୟରେ ସେ ହାଲୋ ନୁହେଁ ଆହ୍ବେ କହିଥିଲେ। ଏହାକୁ ବ୍ୟବହାର କରିବା ପରେ ଅନେକ ଭୁଲ ଶବ୍ଦ ଶୁଣିଥିଲେ। ଶେଷରେ ଥୋମାସ ଏଡିଶନ ଏହାକୁ ଭୁଲ ଶୁଣି ୧୮୭୭ ରେ ହାଲୋ କହିବାକୁ ପ୍ରସ୍ତାବ ରଖିଥିଲେ। ଏହି ପ୍ରସ୍ତାବକୁ ପାସ କରିବାକୁ ଥୋମାସ ଏଡିଶନ୍‌ ପିଟର୍ସବର୍ଗର ସେଣ୍ଟ୍ରାଲ ଡିଷ୍ଟ୍ରିକ୍ଟ ପ୍ରେସିଡେଣ୍ଟଙ୍କୁ ଚିଠି ଲେଖିଥିଲେ। ଟେଲିଫୋନ୍‌ରେ ପ୍ରଥମରୁ ହାଲୋ କହିବା ଜରୁରୀ।

Share