କିଭଳି ସମ୍ପର୍କ ହେବ ସୁଦୃଢ…

କିଭଳି ଭାବେ ଆପଣ ବନ୍ଧୁତ୍ୱ ସମ୍ପର୍କକୁ ସୁଦୃଢ ରଖିପାରିବେ ସେ ସମ୍ପର୍କରେ….

* ବନ୍ଧୁଙ୍କ ନିକଟରେ ସବୁବେଳେ ସଚ୍ଚୋଟ ରୁହନ୍ତୁ। କଦାପି ବିଶ୍ୱାସଘାତକତା କରନ୍ତୁ ନାହିଁ।

* ଆପଣଙ୍କ ଚରିତ୍ର ଯେମିତି ବନ୍ଧୁଙ୍କ ସାମ୍ନାରେ ସେପରି ନିଜକୁ ପ୍ରେଜେଣ୍ଟ କରନ୍ତୁ। ନିଜ ବିଷୟରେ କଦାପି ବଢେଇ ଚଢେଇ କୁହନ୍ତୁ ନାହିଁ।

* ବନ୍ଧୁଙ୍କ ଉପରେ ଭରସା ରଖନ୍ତୁ ଏବଂ ତାଙ୍କୁ ମଧ୍ୟ ଜଣାନ୍ତୁ ଯେ ଆପଣ ବି ଭରସାର ଯୋଗ୍ୟ।

* ବନ୍ଧୁଙ୍କ ସହ ନିଜର ଛୋଟ ବଡ ସମସ୍ତ ସୁଖ ଦୁଃଖ ଶେୟାର କରନ୍ତୁ।

* ବନ୍ଧୁତାକୁ ନେଇ କୌଣସି ଅଭିଯୋଗ କରନ୍ତୁ ନାହିଁ।

* ବନ୍ଧୁ ଯଦି ଦୂରରେ ରହୁଥାନ୍ତି ତେବେ ନିୟମିତ ବ୍ୟବଧାନରେ ଫୋନ ଯୋଗେ କଥା ହେବାକୁ ଯେପରି ନ ଭୁଲନ୍ତି।

* ପ୍ରତ୍ୟେକ ଦିନ ସୋଶିଆଲ ସାଇଟ୍‌ ମାଧ୍ୟମରେ କିଛି ପ୍ରେରଣାଦାୟକ ମେସେଜ୍‌ ପଠେଇ ପାରିବେ।

*ଯଦି କେବେ ଭୁଲ୍‌ବୁଝାମଣା ହେତୁ ମନାନ୍ତର ଦେଖାଯାଏ ତେବେ ନିଜଆଡୁ ଭୁଲ୍‌ ମାଗିନିଅନ୍ତୁ।