କିମ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର: ଉତ୍ତରାଧିକାରୀ ଦୌଡ଼ରେ ଭଉଣୀ ଆଗରେ

ସିଓଲ୍‌,୨୩।୪: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ ଉନ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ଥିବା କୁହାଯାଉଛି। ତାଙ୍କର ହୋଇଥିବା ଏକ ଅପରେଶନ୍‌ ଅସଫଳ ହୋଇଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଥିବା ଚର୍ଚ୍ଚା ହେଉଛି। କିମ୍‌ଙ୍କୁ ନେଇ ଖବର ପ୍ରଚାର ହେବାପରେ ଏବେ ତାଙ୍କ ଉତ୍ତରାଧିକାରୀ କିଏ ହେବ ସେନେଇ ଅନ୍ତର୍ଜାତୀୟସ୍ତରରେ ଆଲୋଚନା ହୋଉଛି। ଉତ୍ତରାଧିକାରୀ ଦୌଡ଼ରେ କିମ୍‌ଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ ଆଗରେ ରହିଛନ୍ତି। ପ୍ରତିଟି ସରକାରୀ ବୈଠକରେ କିମ୍‌ଙ୍କ ସହିତ ୟୋ ଜୋଙ୍ଗ୍‌ ଯୋଗ ଦେଉଥିବାର ଦେଖିବାକୁ ମିଳୁଥିଲା। ତେଣୁ ୟୋ ଜୋଙ୍ଗ୍‌ ଦେଶର ପରବର୍ତ୍ତୀ ଶାସକ ହେବାର ସମ୍ଭାବନା ଥିବା କୁହାଯାଉଛି। ସୂଚନାଯୋଗ୍ୟ, ହାର୍ଟ ଅପରେଶନ୍‌ ପରେ କିମ୍‌ଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିବା ଦୁଇଦିନ ତଳେ ଆମେରିକା ଗଣମାଧ୍ୟମ ପକ୍ଷରୁ ସୂଚନା ଦିଆଯାଇଥିଲା।

Share