Advertisement

କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ହେଉଥିବା ଚର୍ଚ୍ଚାରେ ପୂର୍ଣ୍ଣଛେଦ: ୨୦ ଦିନ ପରେ ବାହାରକୁ ଆସିଲେ

ସିଓଲ୍‌,୨।୫: ଉତ୍ତରକୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କୁ ନେଇ ନାନା ଚର୍ଚ୍ଚା ଜାରି ରହିଥିଲା। ତେବେ ଦୀର୍ଘ ୨୦ ଦିନ ପରେ କିମ୍‌ ବାହାରକୁ ଆସିଛନ୍ତି। ଅନ୍ତର୍ଜାତୀୟ ଶ୍ରମିକ ଦିବସ ଅବସରରେ ସେ ଏକ ଫର୍ଟିଲାଇଜର କମ୍ପାନୀର ଉଦ୍‌ଘାଟନ କରୁଥିବାର ଫଟୋ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଅବସରରେ ଆୟୋଜିତ ବୈଠକରେ କିମ୍‌ଙ୍କ ସହିତ ତାଙ୍କ ଭଉଣୀ କିମ୍‌ ୟୋ ଜୋଙ୍ଗ୍‌ଙ୍କୁ ମଧ୍ୟ ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୧ରେ ଏକ ଦଳୀୟ ବୈଠକରେ ଯୋଗଦେଇଥିଲେ। ଏହାପରେ ତାଙ୍କର ଦେଖା ନ ଥିଲା।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share