କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ବ୍ରେନ୍‌ ଡେଡ୍‌: ଗଣମାଧ୍ୟମ ରିପୋର୍ଟ !

ଓ୍ବାଶିଂଟନ,୨୧।୪: ଉତ୍ତର କୋରିଆର ଏକଛତ୍ରବାଦୀ ଶାସକ କିମ୍‌ ଜୋଙ୍ଗ୍‌ ଉନ୍‌ଙ୍କ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କର ବ୍ରେନ୍‌ ଡେଡ୍‌ ହୋଇଯାଇଥିବା କେତେକ ବିଦେଶୀ ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ତେବେ ଏନେଇ ଅଧିକ ତଥ୍ୟ ସଂଗ୍ରହ କରାଯାଉଛି। ଗଣମାଧ୍ୟମ ସଂସ୍ଥା ଗୁଡ଼ିକର ଏଭଳି ରିପୋର୍ଟ ଉପରେ ଅଧିକ ତଦନ୍ତ ଜାରି ରହିଥିବା ଉତ୍ତର କୋରିଆର ପଡ଼ୋଶୀ ଦକ୍ଷିଣ କୋରିଆ କହିଛି। ଏକ ଅପରେଶନ୍‌ ପରେ କିମ୍‌ଙ୍କର ସ୍ଥିତି ଗୁରୁତର ହୋଇଥିବା ଆକଳନ କରାଯାଉଛି। ତେବେ ଉତ୍ତର କୋରିଆ ପକ୍ଷରୁ ଏନେଇ କୌଣସି ମତାମତ ଦିଆଯାଇନାହିଁ। ଅତ୍ୟଧିକ କାର୍ଯ୍ୟ, ମେଦବହୁଳତା ଏବଂ ମାତ୍ରାଧିକ ଧୂମପାନ କରିବା ଯୋଗୁ କିମ୍‌ଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାର୍ଡିଓଭାସକୁଲାର ସିଷ୍ଟମ୍‌ ମଧ୍ୟରେ ରଖାଯାଇଥିବା ଗଣମାଧ୍ୟମ ପକ୍ଷରୁ କୁହାଯାଇଛି। ଏହି ଖବର ଉପରେ ତୀକ୍ଷଣ୍‌ ନଜର ରଖାଯାଇଛି। ଖୁବ୍‌ ଶୀଘ୍ର ସତ୍ୟାସତ୍ୟ ଜଣାପଡ଼ିବ ବୋଲି କେତେକ ଗଣମାଧ୍ୟମ ସଂସ୍ଥା କହିଛନ୍ତି।

Share