Categories: ଜାତୀୟ

କିରଣ ବେଦୀଙ୍କୁ ହିଟଲରଙ୍କ ଭଉଣୀ ସହ ତୁଳନା କଲେ ପୁଡୁଚେରୀ ମୁଖ୍ୟମନ୍ତ୍ରୀ

ପୁଡୁଚେରୀ,୨୦।୧୧:ପୁଡୁଚେରୀ ଉପରାଜ୍ୟପାଳ କିରଣ ବେଦୀଙ୍କୁ ଜର୍ମାନ ଏକଛତ୍ରବାଦୀ ଶାସକ ଆଡଲଫ ହିଟଲରଙ୍କ ଭଉଣୀ ସହ ତୁଳନା କରିଛନ୍ତି ମୁଖ୍ୟମନ୍ତ୍ରୀ ଭି ନାରାୟଣସାମୀ। ରାଜ୍ୟର ଉପରାଜ୍ୟପାଳ ଭାବେ ନିଯୁକ୍ତ ହେବା ପରେ କିରଣ ବେଦୀଙ୍କ କାର୍ଯ୍ୟକଳାପକୁ ସେ ସମାଲୋଚନା କରିଛନ୍ତି। ସକରାର କାର୍ଯ୍ୟରେ ଉପରାଜ୍ୟପାଳ ଅଯଥା ହସ୍ତକ୍ଷେପ କରୁଥିବା ସେ ଅଭିଯୋଗ କରିଛନ୍ତି। ମନ୍ତ୍ରୀମଣ୍ଡଳର ସବୁ ନିଷ୍ପତିରେ ସେ ଦଖଲ ଦେବାକୁ ଚେଷ୍ଟା କରୁଛନ୍ତି ଯାହା ଉଚିତ୍‌ ନୁହେଁ। ସେ ହିଟଲରଙ୍କ ଭଉଣୀ ଭଳି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Share