Categories: ଜାତୀୟ

କିରଣ ହେଲେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା

ଲକ୍ଷ୍ନୌ,୨୬।୧୦: ଉତ୍ତର ପ୍ରଦେଶ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷ କମଲେଶ ତିଓ୍ବାରିଙ୍କ ମୃତ୍ୟୁ ପରେ ଏବେ ତାଙ୍କ ସ୍ତ୍ରୀ କିରଣ ତିଓ୍ବାରି ଦଳର ମଙ୍ଗ ଧରିଛନ୍ତି। ଅର୍ଥାତ୍‌ କିରଣ ଏବେ ହିନ୍ଦୁ ସମାଜ ପାର୍ଟିର ଅଧ୍ୟକ୍ଷା ଭାବେ ମନୋନୀତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ କମଲେଶଙ୍କୁ ନାଟକୀୟ ଢଙ୍ଗରେ ହତ୍ୟା କରାଯାଇଥିଲା। କମଲେଶଙ୍କୁ ହତ୍ୟାକରି ଅଭିଯୁକ୍ତମାନେ ଫେରାର ହୋଇ ଯାଇଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ସେମାନଙ୍କୁ ପୋଲିସ ଗିରଫ କରିଥିଲା। ଏହାସହ କମଲେଶଙ୍କ ପରିବାର ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟି ନ୍ୟାୟ ଭିକ୍ଷା କରିବା ସହ ଦୋଷୀଙ୍କୁ ଫାଶି ଦଣ୍ଡାଦେଶ ପାଇଁ ଦାବି କରିଥିଲେ।

Share