Categories: ଜାତୀୟ

କିରନ୍‌ ମୋତେ ବଦନାମ କରୁଛନ୍ତି: ନାରାୟଣସ୍ବାମୀ

ପୁଡୁଚେରୀ,୧୬।୧: ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀ ପୁଣିଥରେ ଉପରାଜ୍ୟପାଳ କିରନ୍‌ ବେଦୀଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, ମୁଁ ଅଥବା ମୋ ପରିବାରର କେହି ଯଦି ଜମି କୌଣସି ହଡପ ମାମଲାରେ ଦୋଷୀ ସାବ୍ୟସ୍ତ ହେଉ ତେବେ ମୁଁ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେବି। ହେଲେ ଏହା ଯଦି ଭୁଲ୍‌ ପ୍ରମାଣିତ ହୁଏ ତେବେ କିରନ୍‌ କ’ଣ ତାଙ୍କ ପଦରୁ ଇସ୍ତଫା ଦେବେ ବୋଲି ନାରାୟଣସ୍ବାମୀ ପ୍ରଶ୍ନ କରିଛନ୍ତି। କିରନ୍‌ କେବଳ ମୋତେ ବଦନାମ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି କିରନ୍‌ ଉପରାଜ୍ୟପାଳ ପାଇଁ ଯୋଗ୍ୟ ନୁହେଁ।

Share