Advertisement

କିରୋସିନ ଢାଳି ମହିଳାଙ୍କ ଆତ୍ମହତ୍ୟା

ବ୍ରହ୍ମପୁର ଅଫିସ,୧୯ା୪-କିରୋସିନ ଢାଳି ଜଣେ ମହିଳା ଗୁରୁବାର ଆତ୍ମହତ୍ୟା କରିଛନ୍ତି। ସେ ହେଲେ ଶିଶିର କୁମାର ବାଡ଼ତ୍ୟାଙ୍କ ସ୍ତ୍ରୀ ଲୋପାମୁଦ୍ରା (୩୨) ।  ଘର ବଡ଼ବଜାର ଥାନା ଅନ୍ତର୍ଗତ ଆସ୍କା ରୋଡ ରଘୁପତି ନଗର ଦ୍ୱିତୀୟ ଲେନ୍‌  ବୋଲି ପୋଲିସ କହିଛି ।

ମାନସିକ ଅଶାନ୍ତିକୁ କେନ୍ଦ୍ରକରି ମହିଳା ଜଣଙ୍କ ଘରେ ଏକାକୀ ଥିବା ବେଳେ ଏଭଳି କରିଥିବା ପୋଲିସ ସନ୍ଦେହ କରୁଛି। ମୃତଦେହ ଜବତ କରି ନଂ. ୫/୧୯ରେ ଅପମୃତ୍ୟୁ ମୃତ୍ୟୁ ମାମଲା ରୁଜୁ କରିଛି। ଶିଶିର ଗତ ୧୦ ବର୍ଷ ତଳେ ଲୋପାମୁଦ୍ରାଙ୍କୁ ବିବାହ କରିଥିଲେ। ସେମାନଙ୍କର ୭ ବର୍ଷର ଏକ ପୁତ୍ର ସନ୍ତାନ ରହିଛି । ଶିଶିର ଆସ୍କା ରୋଡରେ ଥିବା ଟ୍ରକ ମାଲିକ ସଂଘ କାର୍ଯ୍ୟାଳୟରେ କାମ କରନ୍ତି । ପ୍ରତିଦିନ ଭଳି ଗୁରୁବାର ସକାଳ ୧୦ଟାରେ ସେ କାମକୁ ଚାଲି ଯାଇଥିଲେ। ଲୋପାମୁଦ୍ରା ଘରେ ଏକାକୀ ଥିବା ବେଳେ ଭିତରୁ ଧୂଆଁ ବାହାରୁଥିବା ଦେଖି ସ୍ଥାନୀୟ ଲୋକ ଶିଶିରଙ୍କୁ ଫୋନ କରିଥିଲେ । ଉକ୍ତ ସାହିରେ ରହୁଥିବା ଲୋପାମୁଦ୍ରାଙ୍କ ବାପା ଝିଅ ଘରେ ପହଞ୍ଚତ୍ଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଉଦ୍ଧାର କରି ତାଙ୍କ ସ୍ବାମୀ ଶିଶିର ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ। ମହିଳାଙ୍କ ଶରୀରର ୯୦ ଭାଗ ପୋଡ଼ି ଯାଇଥିବା ଡ଼ାକ୍ତର କହିଥିଲେ। ଲୋପାମୁଦ୍ରାଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବା ବେଳେ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

କଟକ ନେବା ବେଳେ ରାସ୍ତାରେ ମୃତ୍ୟୁ ଘଟିଥିଲା । ପରେ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲ ଅଣାଯାଇଥିଲା। ସେଠାରେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ବଡ଼ବଜାର ପୋଲିସ ମେଡିକାଲରେ ପହଞ୍ଚତ୍ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ।

ମୃତ ମହିଳାଙ୍କ ବାପା ଥାନାରେ କୌଣସି ଅଭିଯୋଗ କରି ନ ଥିବା ଥାନାଧିକାରୀ ପ୍ରଶାନ୍ତ କୁମାର ଭୂପତି କହିଛନ୍ତି ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel