Categories: ଖେଳ

କିର୍ଗିଅସଙ୍କୁ ଜରିମାନା

ସିନ୍‌ସିନାଟି,୧୬।୮(ଏଏଫ୍‌ପି): ସିନ୍‌ସିନାଟି ମାଷ୍ଟର୍ସରେ କୋର୍ଟ ବାହାରେ ର଼୍ୟାକେଟ ଭାଙ୍ଗିବା ଓ ଚେୟାର ଅମ୍ପାୟରଙ୍କୁ ଗାଳି ଦେବା ଲାଗି ବିବାଦୀୟ ଅଷ୍ଟ୍ରେଲିଆନ ତାରକା ଟେନିସ ଖେଳାଳି ନିକି କିର୍ଗିଅସଙ୍କୁ ଏଟିପି ପକ୍ଷରୁ ଦଣ୍ଡିତ କରାଯାଇଛି। ତାଙ୍କୁ ଦଣ୍ଡ ବାବଦକୁ ୧ ଲକ୍ଷ ୧୩ ହଜାର ଆମେରିକୀୟ ଡଲାର ଜରିମାନା କରାଯାଇଛି। ଏହାର ମୂଲ୍ୟ ଭାରତୀୟ ମୁଦ୍ରାରେ ୮୦.୪୨ ଲକ୍ଷ ଟଙ୍କା। ବିନା ଅନୁମତିରେ କୋର୍ଟରୁ ଚାଲିଯିବା, ଅଣଖେଳୁଆଡ଼ ମନୋଭାବ ଓ ଖରାପ ଭାଷାରେ ଗାଳି ଦେବା ପାଇଁ ତାଙ୍କୁ ଜରିମାନା କରାଯାଇଥିବା ଏଟିପି ପକ୍ଷରୁ କୁହାଯାଇଛି। ତଦନ୍ତ ପରେ ୨୪ ବର୍ଷୀୟ କିର୍ଗିଅସ କ୍ରୀଡ଼ାରୁ ବାସନ୍ଦ ମଧ୍ୟ ହୋଇପାରନ୍ତି। ଉଲ୍ଲେଖଥାଉ କି, ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୨୭ତମ ସ୍ଥାନରେ ଥିବା ଖେଳାଳି ଦ୍ୱିତୀୟ ରାଉଣ୍ଡରେ ୬-୭ (୩/୭), ୭-୬(୭/୪), ୬-୨ ସେଟ୍‌ରେ ରୁଷିଆର କାରେନ ଖାଚନୋଭଙ୍କଠାରୁ ପରାସ୍ତ ହୋଇଥିଲେ। ପରାଜୟ ପରେ ଚେୟାର ଅମ୍ପାୟର ଫର୍ଗସ ମର୍ଫିଙ୍କ ସହ ହାତ ମିଳାଇବାକୁ ମନା କରିବା ସହିତ ତୁମେ ସବୁଠୁ ଖରାପ ଅମ୍ପାୟର ବୋଲି ଗାଳି ଦେଇ କହିଥିଲେ।

Share