କିଲୋ ୬ ଟଙ୍କାରେ ସ୍କୁଲ ବହି ବିକ୍ରି ଘଟଣା: ନିଲମ୍ବିତ ହେଲେ ଶିକ୍ଷୟିତ୍ରୀ

ପାଟପୁର,୨୪ା୧୨-ଗଞ୍ଜାମ ଜିଲା ପାଟପୁର ଗ୍ରାମ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ବହିକୁ ଜଣେ ଶିକ୍ଷୟିତ୍ରୀ ୬ଟଙ୍କା କିଲୋରେ ବିକ୍ରି କରିଥିବା ଅଭିଯୋଗ ହୋଇଥିଲା। ଏହାର ପ୍ରମାଣ ମିଳିବା ପରେ ଶିକ୍ଷୟିତ୍ରୀ ସାବିତ୍ରୀ ଦେବୀଙ୍କୁ ବ୍ଲକ ଶିକ୍ଷାଧିକାରୀ ମୁକୁନ୍ଦ ଚନ୍ଦ୍ର ପାଢ଼ୀ ସୋମବାର ଚାକିରିରୁ ନିଲମ୍ବିତ କରିଛନ୍ତି। ପ୍ରକାଶ ଯେ, ଗତ ଶନିବାର ଶିକ୍ଷୟିତ୍ରୀ ଜଣକ ୨ କୁଇଣ୍ଟାଲ ବହିକୁ କବାଡି ବ୍ୟବସାୟୀଙ୍କୁ ବିକ୍ରି କରିଦେଇଥିଲେ। ଏ ନେଇ ଗ୍ରାମବାସୀ ବିରୋଧ କରିବା ସହ ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଖବର ପାଇ ଉପ ଜିଲାପାଳ ଓ ଜିଲା ଶିକ୍ଷା ଅଧିକାରୀଙ୍କ ନିର୍ଦ୍ଦେଶରେ ବିଇଓ ପାଢ଼ୀ ତଦନ୍ତ କରିଥିଲେ। ତଦନ୍ତ ରିପୋର୍ଟ ପାଇ ଶିକ୍ଷୟିତ୍ରୀ ସାବିତ୍ରୀଙ୍କୁ ନିଲମ୍ବିତ କରାଯାଇ ତାଙ୍କୁ ଭାଲିଆଝୋଳା ପ୍ରାଥମିକ ବିଦ୍ୟାଳୟରେ ଅବସ୍ଥାପିତ କରାଯାଇଛି ବୋଲି ନିର୍ଦ୍ଦେଶ ଜାରି ହୋଇଛି।

Share