କିଶନନଗର ଥାନା ଆଇଆଇସି ନିଲମ୍ବିତ

କିଶନନଗର,୨୮।୬(ଡି.ଏନ୍‌.ଏ.): କଟକ ଜିଲା କିଶନନଗର ଥାନା ଆଇଆଇସି ସସ୍ମିତା ରାଣାଙ୍କୁ ନିଲମ୍ବନ କରାଯାଇଛି। କିଶନନଗର ଥାନା ସମ୍ମୁଖରେ ଯୁବକଙ୍କ ଆତ୍ମାହୁତି ଘଟଣାରେ କାର୍ଯ୍ୟରେ ଅବହେଳା ଦର୍ଶାଇ ତାଙ୍କୁ ନିଲମ୍ବନ କରାଯାଇଛି। ଏସ୍‌ପିଙ୍କ ସୁପାରିସ ପରେ ଡିଜିପି ତାଙ୍କୁ ନିଲମ୍ବିତ କରିଛନ୍ତି।

ସୂଚନାନୁଯାୟୀ, ଗୁଣନିଧି ବିଶୋୟୀ ନାମକ ଜଣେ ଯୁବକ ଜମିଜମା ବିଦାକୁ ନେଇ ବାରମ୍ବାର ଥାନାକୁ ଦୌଡ଼ି ନିରାଶ ହୋଇଥିଲେ। ବାରମାର ଅଭିଯୋଗ ସତ୍ତ୍ୱେ ଥାନା ଆଇଆଇସି ସସ୍ମିତା ରାଣା ତାଙ୍କ କଥା ଶୁଣ ନ ଥିଲେ। ଗୁଣନିଧୀ ନିରାଶ ହୋଇ ଥାନା ଆଗରେ ଆତ୍ମାହୁତି ଉଦ୍ୟମ କରିଥିଲେ। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ପରେ ଏବେ କିଶନନଗର ଥାନା ଆଇଆଇସିଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଆଇଆଇସିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କଟକ ଗ୍ରାମାଞ୍ଚଳ ଥାନା ଏସ୍‌ପି ପୋଲିସ ଡିଜିଙ୍କୁ ସୁପାରିଶ କରିଥିଲେ।