ବଇଣ୍ଡା,୧୭।୫(ଡି.ଏନ.ଏ.)-କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ବଇଣ୍ଡା ରାମଦେଓ ହାଇସ୍କୁଲଠାରେ ହୋଇଥିବା କ୍ୱାରାଣ୍ଟାଇନ ଗୃହରେ ଶନିବାର ବିଭିନ୍ନ ଜିଲାରୁ ୨୬ ଜଣଙ୍କୁ ରଖାଯାଇଛି। ସେମାନଙ୍କ ମଧ୍ୟରେ ୨୪ ଜଣ ପୁରୁଷ ଓ ୨ଜଣ ମହିଳା ରହିଛନ୍ତି। ସେମାନଙ୍କୁ ସରକାରଙ୍କ ନିୟମ ଅନୁଯାୟୀ ସମସ୍ତ ପ୍ରକାର ଖାଦ୍ୟ ଓ ସହଯୋଗ ଯୋଗାଇ ଦିଆଯାଉଛି ବୋଲି ସରପଞ୍ଚ ଜଳଧର ସାହୁ ସୂଚନା ଦେଇଛନ୍ତି।