ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି, କୋଚ୍ ଓ ଅଫିସିଆଲ୍ମାନେ ଶୁକ୍ରବାର କିସ୍ ଓ କିଟ୍ ପରିଦର୍ଶନ କରିଛନ୍ତି। ସେମାନେ କିସ୍ର ବିଭିନ୍ନ ୟୁନିଟ୍ ବୁଲିବା ସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ସହ ସମୟ ଅତିବାହିତ କରିଥିଲେ। ଏହି ପରିଦର୍ଶନରେ ସେମାନେ ଅଭୀଭୂତ ହୋଇଥିଲେ। ଦଳର ମୁଖ୍ୟ କୋଚ୍ଙ୍କ ଯୋଜନା ଅନୁସାରେ ଉଭୟ ମହିଳା ଓ ପୁରୁଷ ହକି ଦଳ ଏହି ପରିଦର୍ଶନରେ ଆସିପାରିଲା ବୋଲି ଖେଳାଳିମାନେ ମତ ଦେଇଥିଲେ। ତୁମେମାନେ ଜୀବନରେ ଯାହା ବି ଲକ୍ଷ୍ୟ ରଖୁଛ, ତାହା ଉଚ୍ଚ ହେବା ଉଚିତ। ତୁମେମାନେ ଏକ ସୁନ୍ଦର ପ୍ଲାଟ୍ଫର୍ମ ପାଇଛ। ତେଣୁ ଠିକ୍ ଢଙ୍ଗରେ ଏହାର ଉପଯୋଗ କରିବା ଉଚିତ। ଜନଜାତି ଛାତ୍ରୀଛାତ୍ର ସେମାନଙ୍କ ଭାଷାକୁ କେବେ ବି ଭୁଲିବା ଉଚିତ ନୁହେଁ ଏବଂ ସେମାନଙ୍କ ସଂସ୍କୃତିକୁ ଆହୁରି ଦୃଢ଼ୀଭୂତ କରିବା ସେମାନଙ୍କର କାମ। ତୁମେମାନେ ତୁମର ଶୁଦ୍ଧ ଆଚରଣ ଓ ନମ୍ରତାକୁ ବଜାୟ ରଖିବା ଉଚିତ ବୋଲି ଖେଳାଳିମାନେ ମତ ରଖିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଭାରତୀୟ ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପ୍ ଗ୍ରେସ୍ ଏକ୍କା, ଲିଲିମା ମିଞ୍ଜ୍ ଓ ନମିତା ଟପ୍ପୋ ଏବଂ ପୁରୁଷ ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।
ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି
କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...
ଆଶେସ ଟାଇଟଲ ବଜାୟ ରଖିଲା ଅଷ୍ଟ୍ରେଲିଆ
ଆଡିଲେଡ୍,୨୧ା୧୨: ସ୍ଥାନୀୟ ଆଡିଲେଡ୍ ଓଭାଲଠାରେ ଚାଲିଥିବା ତୃତୀୟ ଆଶେସ ଟେଷ୍ଟରେ ଇଂଲଣ୍ଡକୁ ୮୨ ରନରେ ହରାଇ ଦେଇଛି ଅଷ୍ଟ୍ରେଲିଆ। ଆଉ ଦୁଇଟି ମ୍ୟାଚ ଖେଳାଯିବାକୁ ବାକି...
IND vs PAK Final: ହାରିଲା ଭାରତ, ଅଣ୍ଡର ୧୯ ଏସିଆ କପ୍ ଜିତିଲା ପାକିସ୍ତାନ
ନୂଆଦିଲ୍ଲୀ,୨୧।୧୨: ଅଣ୍ଡର ୧୯ ଏସିଆ କପରେ ଚାମ୍ପିଅନ୍ ହୋଇଛି ପାକିସ୍ତାନ । ୨୦୨୫ ଅଣ୍ଡର ୧୯ ଏସିଆ କପର ଫାଇନାଲରେ ପାକିସ୍ତାନ ଭାରତକୁ ୧୯୧ ରନରେ...
ବ୍ୟାଟରୁ ବିଜନେସ, କେମିତି ୧୦୦୦କୋଟିର ସାମ୍ରାଜ୍ୟ ଠିଆ କଲେ ବିରାଟ? ଜାଣନ୍ତୁ…
ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିରାଟ କୋହଲି ପଡ଼ିଆରେ ଚୌକା ଏବଂ ଛକା ମାରିଥାନ୍ତି, ଷ୍ଟାଡିୟମ କରତାଳିରେ ପ୍ରତିଧ୍ୱନିତ ହୋଇଯାଏ। କିନ୍ତୁ ବହୁତ କମ ଲୋକ ଜାଣନ୍ତି ଯେ...
ଶୁବମନ ଗିଲଙ୍କ ସହ ହୋଇଛି ଧୋକା! ଓ୍ବାର୍ଲଡକପ ଟିମ୍ରୁ ବାଦ ଦିଆଯିବା ପରେ ଆସିଲା ଆଶ୍ଚର୍ଯ୍ୟଜନକ ତଥ୍ୟ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର
ନୂଆଦିଲ୍ଲୀ,୨୧।୧୨: ଯେତେବେଳେ ବିସିସିଆଇ ସଚିବ ଦେବଜିତ ସାଇକିଆ ୨୦୨୬ ଟି୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରିଥିଲେ, ସେତେବେଳେ ଶୁବମନ ଗିଲଙ୍କ ନାମ ତାଲିକାରେ...
ଟିମ ଇଣ୍ଡିଆ ଜିତି ପାରିବନି ୨୦୨୬ ଟି-୨୦ ବିଶ୍ୱକପ? ଜାଣନ୍ତୁ ୩ ବଡ଼ କାରଣ
ନୂଆଦିଲ୍ଲୀ,୨୧।୧୨: ୨୦୨୬ ଟି୨୦ ବିଶ୍ୱକପ ଫେବୃଆରୀ ଏବଂ ମାର୍ଚ୍ଚରେ ଅନୁଷ୍ଠିତ ହେବ। ବିଶ୍ୱକପର ପ୍ରଥମ ମ୍ୟାଚ ଫେବୃଆରୀ ୭ରେ ଖେଳାଯିବ ଏବଂ ଫାଇନାଲ ମାର୍ଚ୍ଚ ୮ରେ...
ଆଶେସ ବିଜୟ ଲକ୍ଷ୍ୟରେ ଅଷ୍ଟ୍ରେଲିଆ
ଆଡିଲେଡ୍,୨୦ା୧୨: ଇଂଲଣ୍ଡର ଦ୍ୱିତୀୟ ଇନିଂସରେ ବିପର୍ଯ୍ୟୟ ପରେ ଅଷ୍ଟ୍ରେଲିଆ ଆଶେସ ସିରିଜ ବିଜୟ ପଥରେ ଅଗ୍ରସର ହେଉଛି। ନାଥାନ ଲିଅନ ଇଂଲଣ୍ଡର ୩ଟି ଉଇକେଟର ପତନ...
ଧୋନି କି ପନ୍ତ ନୁହଁନ୍ତି, ଏହି ଖେଳାଳିଙ୍କୁ ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କହିଲେ ରୋହିତ
ମୁମ୍ବାଇ,୨୦।୧୨: ଭାରତର ସର୍ବଶ୍ରେଷ୍ଠ ୱିକେଟକିପର କିଏ? ଏହି ପ୍ରଶ୍ନ ଆସିଲେ ସାଧାରଣତଃ ମହେନ୍ଦ୍ର ସିଂ ଧୋନି କିମ୍ବା ଋଷଭ ପନ୍ତଙ୍କ ନାମ ପ୍ରଥମେ ଆସିଥାଏ। ମାତ୍ର...
Archives


