Categories: ଖେଳ

କିସ୍‌ ପରିଦର୍ଶନରେ ଭାରତୀୟ ମହିଳା, ପୁରୁଷ ହକି ଦଳ

ଭୁବନେଶ୍ୱର, ୨୬।୧୦(କ୍ରୀଡ଼ା ପ୍ରତିନିଧି)-ଭାରତୀୟ ମହିଳା ଓ ପୁରୁଷ ହକି ଦଳର ଖେଳାଳି, କୋଚ୍‌ ଓ ଅଫିସିଆଲ୍‌ମାନେ ଶୁକ୍ରବାର କିସ୍‌ ଓ କିଟ୍‌ ପରିଦର୍ଶନ କରିଛନ୍ତି। ସେମାନେ କିସ୍‌ର ବିଭିନ୍ନ ୟୁନିଟ୍‌ ବୁଲିବା ସହ ଉପସ୍ଥିତ ଛାତ୍ରୀଛାତ୍ରଙ୍କ ସହ ସମୟ ଅତିବାହିତ କରିଥିଲେ। ଏହି ପରିଦର୍ଶନରେ ସେମାନେ ଅଭୀଭୂତ ହୋଇଥିଲେ। ଦଳର ମୁଖ୍ୟ କୋଚ୍‌ଙ୍କ ଯୋଜନା ଅନୁସାରେ ଉଭୟ ମହିଳା ଓ ପୁରୁଷ ହକି ଦଳ ଏହି ପରିଦର୍ଶନରେ ଆସିପାରିଲା ବୋଲି ଖେଳାଳିମାନେ ମତ ଦେଇଥିଲେ। ତୁମେମାନେ ଜୀବନରେ ଯାହା ବି ଲକ୍ଷ୍ୟ ରଖୁଛ, ତାହା ଉଚ୍ଚ ହେବା ଉଚିତ। ତୁମେମାନେ ଏକ ସୁନ୍ଦର ପ୍ଲାଟ୍‌ଫର୍ମ ପାଇଛ। ତେଣୁ ଠିକ୍‌ ଢଙ୍ଗରେ ଏହାର ଉପଯୋଗ କରିବା ଉଚିତ। ଜନଜାତି ଛାତ୍ରୀଛାତ୍ର ସେମାନଙ୍କ ଭାଷାକୁ କେବେ ବି ଭୁଲିବା ଉଚିତ ନୁହେଁ ଏବଂ ସେମାନଙ୍କ ସଂସ୍କୃତିକୁ ଆହୁରି ଦୃଢ଼ୀଭୂତ କରିବା ସେମାନଙ୍କର କାମ। ତୁମେମାନେ ତୁମର ଶୁଦ୍ଧ ଆଚରଣ ଓ ନମ୍ରତାକୁ ବଜାୟ ରଖିବା ଉଚିତ ବୋଲି ଖେଳାଳିମାନେ ମତ ରଖିଥିଲେ। ଏହି ଅବସରରେ ଛାତ୍ରୀଛାତ୍ରମାନେ ସମସ୍ତ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କ ସଫଳତା କାମନା କରିଥିଲେ। ପ୍ରକାଶଯୋଗ୍ୟ ଯେ, ଭାରତୀୟ ମହିଳା ଦଳରେ ଓଡ଼ିଆ ଖେଳାଳି ଦୀପ୍‌ ଗ୍ରେସ୍‌ ଏକ୍କା, ଲିଲିମା ମିଞ୍ଜ୍‌ ଓ ନମିତା ଟପ୍ପୋ ଏବଂ ପୁରୁଷ ଦଳରେ ଅମିତ ରୋହିଦାସ ସ୍ଥାନ ପାଇଛନ୍ତି।

Share