କୀଟନାଶକ ପିଇ ନବ ବିବାହିତାଙ୍କ ମୃତ୍ୟୁ: ହତ୍ୟା ଅଭିଯୋଗ ଆଣିଲେ ଭାଇ, ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

ମହାକାଳପଡ଼ା,୯।୬(ଡି.ଏନ୍‌.ଏ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ପେଟଛେଲା ପଞ୍ଚାୟତ ସ୍ଥାନୀୟ କୋଚିଳା ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜନୈକ ନବ ବିବାହିତାଙ୍କ କୀଟନାଶକ ପିଇବା ଯୋଗୁ ମୃତ୍ୟୁ ଘଟିଛି। ତାଙ୍କୁ ହତ୍ୟା କରାଯାଇଥିବା ମହିଳାଙ୍କ ଭାଇ ଶିବ ପ୍ରସାଦ ଖୁଣ୍ଟିଆ ମହାକାଳପଡ଼ା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଏକ ମାମଲା (ନଂ.୬୫/୧୯) ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନାନୁଯାୟୀ, ମୃତକ ଏକ ବର୍ଷ ପୂର୍ବେ କୋଚିଳା ଗ୍ରାମର ଯଶୋବନ୍ତ ପ୍ରଧାନଙ୍କ ପୁଅ କାଳନ୍ଦୀଙ୍କୁ ପ୍ରେମ ବିବାହ କରିଥିଲେ। ତେବେ ଉଭୟେ ନାବାଳିକା ଓ ନାବାଳକ ଥିବାରୁ ଗ୍ରାମର ଭଦ୍ର ଲୋକଙ୍କ ଉପସ୍ଥିତିରେ ସମାଧାନ ହୋଇ ସେମାନଙ୍କର ବିବାହ କରାଯାଇଥିଲା। କୌଣସି କାରଣରୁ ରାତିରେ ସେ ବିଷ ପିଇଦେଇଥିଲେ। ଏହା ଜାଣିପାରି ଶାଶୁଘର ଲୋକେ ତାଙ୍କୁ ମହାକାଳପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ଭଉଣୀଙ୍କୁ ଶାଶୁଘର ଲୋକେ ହତ୍ୟା କରିଥିବା ଶିବ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ମାମଲା ରୁଜୁ କରିବା ସହ ସ୍ବାମୀ କାଳନ୍ଦୀଙ୍କୁ ଅଟକ ରଖି ଅଧିକ ପଚରାଉଚୁରା କରୁଛି। ଏଥିସହ ମୃତଦେହ ବ୍ୟବଚ୍ଛେଦ ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଡାକ୍ତରଖାନାକୁ ପଠାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଖତଖାଉଛି ଇ-ଟଏଲେଟ୍‌, ସର୍ବସାଧାରଣ ଶୌଚାଳୟ

ପଟ୍ଟାମୁଣ୍ଡାଇ,୪ା୧୧(କଳ୍ପତରୁ ନାୟକ): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ପୌରାଞ୍ଚଳରେ ସ୍ବଚ୍ଛ ପରିମଳ ବ୍ୟବସ୍ଥାକୁ ସୁଦୁଢ଼ କରିବା ନେଇ ଦୀର୍ଘସୂତ୍ରୀ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି। ସହରକୁ ପରିଚ୍ଛନ୍ନତା ରଖିବା...

ମାଣ୍ଡିପଙ୍କା ଆମ୍ବଟାକୁଆ ଖାଇ ମୃତ୍ୟୁ ଘଟଣା: ସରକାରଙ୍କ ଉପରେ ବର୍ଷିଲେ ବାମପନ୍ଥୀ ଦଳର ପ୍ରତିନିଧି ମଣ୍ଡଳୀ

ଦାରିଙ୍ଗବାଡ଼ି,୪ା୧୧(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ମାଣ୍ଡିପଙ୍କା ଗ୍ରାମରେ ଆମ୍ବଟାକୁଆ ଜାଉ ଖାଇ ଦୁଇ ମହିଳାଙ୍କର ମୃତ୍ୟୁ ହୋଇଥିବାବେଳେ ୬ ଜଣ ଚିକିତ୍ସାଧୀନ ଅଛନ୍ତି।...

ଲକ୍ଷ୍ମୀ ବସ୍‌ ଡ୍ରାଇଭର,କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼

କେନ୍ଦ୍ରାପଡ଼ା,୩ା୧୧: କେନ୍ଦ୍ରାପଡ଼ା ଜିଲା ରାଜନଗରର ମହୁଲିଆ ପଞ୍ଚାୟତର କଣି ଛକରେ ଦୁର୍ଘଟଣାକୁ ନେଇ ଲକ୍ଷ୍ମୀ ବସ୍‌ ଡ୍ରାଇଭର ଏବଂ କଣ୍ଡକ୍ଟରଙ୍କୁ ନିସ୍ତୁକ ମାଡ଼ ମାରିଛନ୍ତି ସ୍ଥାନୀୟ...

ବିହନ ସଙ୍କଟରେ ଆଳୁ ଚାଷୀ

କେନ୍ଦ୍ରାପଡ଼ା,୩।୧୧(ଜଗନ୍ନାଥ ଧଳ): ନଭେମ୍ବର ପହିଲାରୁ ଚାଷୀଙ୍କୁ ଆଳୁ ବିହନ ଯୋଗାଣ ହେବ ବୋଲି କୃଷି ମନ୍ତ୍ରୀ ଘୋଷଣା କରିଥିଲେ। ହେଲେ ତାହା କାର୍ଯ୍ୟକାରୀ ହୋଇ ପାରିଲା...

ନଭେମ୍ବର ୧ରୁ ଅଲିଭ୍‌ରିଡ୍‌ଲେ କଇଁଛ କଟକଣା ଆରମ୍ଭ

ରାଜନଗର, ୩୦ା୧୦(ଭାସ୍କର ରାଉତରାୟ): ନଭେମ୍ବର ୧ରୁ ଆରମ୍ଭ ହେଉଛି ଅଲିଭ ରିଡ୍‌ଲେ କଇଁଛ ଲାଗି କଟକଣା ଆରମ୍ଭ ହେବ। ବିରଳ ଅଲିଭ୍‌ ରିଡ୍‌ଲେଙ୍କ ଅନ୍ତୁଡ଼ିଶାଳ ଭାବେ...

ଦୁଇ ଦିନିଆ କେନ୍ଦୁଝର ଆସିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର( ନରେଶ ଚନ୍ଦ୍ର ପଟ୍ଟନାୟକ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଆସନ୍ତା କାଲିଠାରୁ ଦୁଇ ଦିନିଆ କେନ୍ଦୁଝର ଗସ୍ତରେ ଆସୁଛନ୍ତି। ମୁଖ୍ୟମନ୍ତ୍ରୀ ହେବା ପରେ ଏହା...

୮୨ ବର୍ଷରେ ଓଡ଼ିଆରେ ଏମ୍‌ଏ ପାସ୍‌ କଲେ ଗୋପୀନାଥ

ରାଜକନିକା,୩୦ା୧୦(ସଞ୍ଜୟ କୁମାର ଦାଶ)ପାଠ ପଢ଼ିବାର ବୟସସୀମା ନ ଥାଏ। ସେଥିପାଇଁ ଦୃଢ଼ ଇଚ୍ଛାଶକ୍ତି ଓ ମନୋବଳର ଆବଶ୍ୟକତା ଅଛି। ବୟସ ଯେତେ ବି ହେଉ କୌଣସି...

ଗର୍ଭବତୀ କିରାଣିଙ୍କୁ ନିର୍ଯାତନା ଦେଇ କାର୍ଯ୍ୟରୁ ବିଦାହେଲେ ସିଡିପିଓ

କେନ୍ଦ୍ରାପଡ଼ା,୩୦।୧୦: କେନ୍ଦ୍ରାପଡ଼ା ଜିଲା ଡେରାବିଶ ସିଡିପିଓ ସ୍ନେହଲତା ସାହୁଙ୍କୁ କାର୍ଯ୍ୟରୁ ଅପସାରଣ କରାଯାଇଛି। ଏହି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ମଙ୍ଗଳବାର ଜଣେ ମହିଳା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri