କୁଆଖାଇ ନଦୀକୂଳରେ ଛଟ୍‌ ପୂଜା

ବାଲିଅନ୍ତା,୩।୧୧(ଡି.ଏନ୍‌.ଏ.)
ରାଜଧାନୀ ଉପକଣ୍ଠ ନହରକଣ୍ଟା ଓ ପାଣ୍ଡରାସ୍ଥିତ କୁଆଖାଇ ନଦୀକୂଳରେ ବିହାରୀ ସମ୍ପ୍ରଦାୟର ଲୋକଙ୍କ ବଡ଼ ପର୍ବ ଛଟ୍‌ ପୂଜା ତଥା ସୂର୍ଯ୍ୟଷଷ୍ଠୀ ବ୍ରତ ଶନିବାର ପାରମ୍ପରିକ ରୀତିରେ ପାଳିତ ହୋଇଯାଇଛି। ଶହଶହ ବ୍ରତଧାରୀ ଶ୍ରଦ୍ଧାଳୁ ନଦୀବନ୍ଧରେ ପଶି ଅସ୍ତଗାମୀ ସୂର୍ଯ୍ୟଦେବଙ୍କୁ ଆରଧନା କରିବା ସହ ପାଣି ଓ କ୍ଷୀରରେ ଅର୍ଘ୍ୟ ଅର୍ପଣ କରିଥିଲେ। ପାଣ୍ଡରା କୁଆଖାଇ ନଦୀକୂଳରେ ରାଷ୍ଟ୍ରୀୟ ସେବା ବିହାର ଛଟ ପୂଜା ସମିତି ଟ୍ରଷ୍ଟ ପକ୍ଷରୁ ଛଟ ପୂଜା ଆୟୋଜନ କରାଯାଇଥିଲା। ସେହିଭଳି ନହରକଣ୍ଟା କୁଆଖାଇ ନଦୀକୂଳରେ କୁଆଖାଇ ଛଟପୂଜା ସମିତି ପକ୍ଷରୁ ଛଟପୂଜା ପାଳିତ ହୋଇଯାଇଛି। ରାଜଧାନୀ ଓ ଏହାର ଆଖପାଖରେ ରହୁଥିବା ବିହାର ସମ୍ପ୍ରଦାୟର ମହିଳା ଓ ପୁରୁଷମାନେ ନଦୀକୂଳକୁ ଆସି ବାଲିରେ ଆଖୁ ଓ କଦଳୀ ଗଛ ପୋତି ଛଟ୍‌ ମାତାଙ୍କୁ ଆରାଧନା କରିଥିଲେ। ନୂଆ କୁଲାରେ ଆଣିଥିବା ଫଳମୂଳ ପିଠା ଆଦି ରଖି ଦୀପ ଲଗାଇ ମାତା ଓ ସୂର୍ଯ୍ୟଦେବଙ୍କୁ ଉପାସନା କରିଥିଲେ।

Share