କୁଆପଥର ମାଡରେ ଝଡିଲା ରବିଧାନ

ବିନିକା,୨୪ା୪(ଡି.ଏନ୍‌.ଏ.): କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ଲକ୍‌ଡାଉନ ଜାରି ରହିଛି। ଏହାର ପ୍ରଭାବ ଜନସାଧାରଣଙ୍କ ଜୀବନଜୀବିକା ଉପରେ ପଡିଛି। ଏହି ପରିସ୍ଥିତିରେ ଗତ ତିନିଦିନର ବର୍ଷା ଓ କୁଆପଥର ମାଡ ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ଅଞ୍ଚଳର ରବିଧାନ ଚାଷୀଙ୍କ ନିଦ ହଜାଇ ଦେଇଛି। ବିଶେଷ କ୍ଷତିଗ୍ରସ୍ତ ହୋଇଛନ୍ତି ବ୍ଲକ ଅନ୍ତର୍ଗତ ସିଂଘିଯୁବା, ବାବୁପାଲି, ବାଙ୍କିଘିର୍ଡି ଓ ସିନ୍ଦୁରପୁର ଗ୍ରାମ ପଞ୍ଚାୟତର ଚାଷୀ। ଅମଳ ଅବସ୍ଥାରେ ଥିବା ରବିଧାନ କ୍ଷେତରେ ଝଡି ପଡିଛି। ଶୁକ୍ରବାର ବିନିକା କୃଷି ବିଭିଗ ଭିଏଡବ୍ଲୁ ହେମନ୍ତ ଭୋଇ, ସିଂଘିଯୁବା ରାଜସ୍ବ ନିରୀକ୍ଷକ ସରୋଜ ବାଘ ଏବଂ ଅନ୍ୟ ୨ଟି ସର୍କଲର ରାଜସ୍ବ ନିରୀକ୍ଷକନିଜ ନିଜ ସର୍କଲର ଚାଷୀମାନଙ୍କର କ୍ଷତିଗ୍ରସ୍ତ କ୍ଷେତ ବୁଲି କ୍ଷୟକ୍ଷତି ଆକଳନ କରିଥିଲେ ା ଏହି ସମୟରେ ବ୍ଲକ ଅଧ୍ୟକ୍ଷ ଅଶୋକ ନନ୍ଦ ଉପସ୍ଥିତ ଥିଲେ। ସମୁଦାୟ ୩ଟି ରାଜସ୍ବ ସର୍କଲ ଅନ୍ତର୍ଗତ ୪ଟି ପଞ୍ଚାୟତର ୫ଟି ଗାଁରେ ପ୍ରଥମ ପର୍ଯ୍ୟାୟରେ ଅଧିକାରୀମାନେ କ୍ଷେତ୍ର ପରିଦର୍ଶନ କରିଥିଲେ। ଆକଳନ ପରେ ତହସିଲଦାର ଓ କୃଷି ବିଭାଗକୁ ରିପୋର୍ଟ ଦିଆଯିବ ବୋଲି ଅଧିକାରୀମାନେ କହିଛନ୍ତି। ଅବିଳମ୍ବେ କ୍ଷୟକ୍ଷତି ଆକଳନ କରି କ୍ଷତିପୂଣ ପ୍ରଦାନ କରିବାକୁ ସୀତାରାମ ପଳିତା, ଭୂବନ ଗଡୁଆ, ଜିତେନ୍ଦ୍ର କର୍ମୀ, ଯଜ୍ଞେଶ୍ୱର ପଲିତା, ତୁଳସୀରାମ କର୍ମୀ ପ୍ରମୁଖ ଚାଷୀ ଦାବି କରିଛନ୍ତି।

Share