କୁଆପଥର ମାଡ଼ରେ ଫସଲ ନଷ୍ଟ

କେନ୍ଦୁଝର, ୩୦ା୪(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ସଦର ବ୍ଲକ ବାଉରୀପଦା ପଞ୍ଚାୟତ ଅନ୍ତର୍ଗତ କେମ୍ପସଡା ଏବଂ ଏହାର ଆଖପାଖ ଅଞ୍ଚଳରେ ବୁଧବାର କାଳବୈଶାଖୀ ପ୍ରଭାବରେ କୁଆପଥର ବର୍ଷା ହୋଇଛି। ସ୍ଥାନୀୟ ଅଞ୍ଚଳରେ ପରିବା ଫସଲ ବ୍ୟାପକ କ୍ଷତିଗ୍ରସ୍ତ ହୋଇଛି।
ଏହି ଅଞ୍ଚଳ ଅରଡେଇ ନଦୀକୂଳରେ ଥିବା ବେଳେ ଚାଷୀମାନେ ପ୍ରତ୍ୟେକ ବର୍ଷ ଖରାଦିନିଆ ପନିପରିବା ଚାଷ କରିଥାନ୍ତି। ଚଳିତବର୍ଷ କରୋନା ଲକ୍‌ଡାଉନ ଚାଷୀଙ୍କ ଆର୍ଥତ୍କ ଅବସ୍ଥାକୁ ଦୋହଲାଇ ଦେଇଛି। ବୁଧବାର ଅପରାହ୍ନରେ ହୋଇଥିବା କୁଆପଥର ମାଡରେ ଚାଷୀଙ୍କ ଫସଲ ନଷ୍ଟ ହୋଇଯିବା ଯୋଗୁ ଚାଷୀମାନେ ମୁଣ୍ଡରେ ହାତଦେଇ ବସିଛନ୍ତି। ଏ ଅଞ୍ଚଳରେ ବିଲାତି, ବାଇଗଣ, କଲରା, ଭେଣ୍ଡି, ବୋଇତାଳୁ, ତରଭୁଜ, ପୋଟଳ ଏବଂ ବିଭିନ୍ନ କିସମର ଶାଗ ସାଙ୍ଗକୁ ପାଳ ଛତୁ ଚାଷ କରାଯାଇଥାଏ। କୁଆପଥର ମାଡରେ ଏହି ଅଞ୍ଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବାରୁ ଜିଲାପ୍ରଶାସନ ତରଫରୁ ଚାଷୀଙ୍କୁ ସରକାରୀ ସହାୟତା ଯୋଗାଇ ଦେବାକୁ ଦାବି ହେଉଛି।