କୁଆମରାରେ ହାତୀ ଉପଦ୍ରବ

କୁଆମରା,୨୭ା୧୨(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରିର କୁଲଡ଼ିହା ଅଞ୍ଚଳରୁ ଏକ ଦନ୍ତା ସମେତ ମୋଟ ୭ଟି ହାତୀ କୁଆମରା ଫରେଷ୍ଟ ଅଞ୍ଚଳରେ ପ୍ରବେଶ କରିବାରୁ ସାଧାରଣରେ ଆତଙ୍କ ସୃଷ୍ଟି ହୋଇଛି। ଏହି ହାତୀପଲ ବ୍ୟାପକ କ୍ଷୟକ୍ଷତି ଘଟାଇଛନ୍ତି। ସୂଚନା ଅନୁଯାୟୀ, ବୁଧବାର ରାତିରେ କୁଆମରା ପଞ୍ଚାୟତର କଡଦା ଅଞ୍ଚଳରେ ହାତୀ ପଲ ଚାଷ ଜମିରେ ପଶି ଧାନ ଫସଲ ନଷ୍ଟ କରିଥିଲେ। ଗୁରୁବାର ଦିନ ତମାମ ବର୍ଷା ଲାଗି ରହିବା ଯୋଗୁଁ ହାତୀ ପଲ ଅଞ୍ଚଳ ଛାଡି ଯାଇ ନ ଥିଲେ। ତେବେ ଅପରାହ୍ନରେ କୁଆମରା ଫରେଷ୍ଟର ଧ୍ରୁବଚରଣ ବସନ୍ତିଆଙ୍କ ତତ୍ତ୍ୱାବଧାନ ଓ ଗ୍ରାମବାସୀଙ୍କ ସହାୟତାରେ ସାରେ ହାତୀ ପଲଙ୍କୁ ନୀଳଗିରି ଅଞ୍ଚଳକୁ ଘଉଡାଇ ଦିଆଯାଇଛି। ମାସେ ପୂର୍ବରୁ ହାତୀପଲ ଉକ୍ତ ଅଞ୍ଚଳରେ ୨ ଥର ପଶି ବ୍ୟାପକ କ୍ଷତକ୍ଷତିି ଘଟାଇଥିଲେ।