Categories: ଫୁରସତ

କୁକୁଡ଼ାଙ୍କ ପାଇଁ ସ୍ବେଟର

ପାଖେଇ ଆସିଲାଣି ଋତୁ। ଏହି ଋତୁରେ ମଣିଷ ତ ସ୍ବେଟର ପିନ୍ଧି ପ୍ରବଳ ଥଣ୍ଡାରୁ ରକ୍ଷା ପାଇଯାଆନ୍ତି। କେବେ ଭାବିଛନ୍ତି ଘରେ ଥିବା ପେଟ୍‌ ବା ପୋଷା ଜୀବଜନ୍ତୁଙ୍କୁ କିଭଳି ସୁରକ୍ଷା ଦେବେ। ବ୍ରିଟିଶ କଲମ୍ବିଆରେ ରହୁଥିବା ମୌରିନ୍‌ ସ୍କିମ୍‌ଡଙ୍କ ମା’ ଏହି କଥା ଚିନ୍ତା କରି ଘରେ ଥିବା କୁକୁଡ଼ାଙ୍କ ପାଇଁ ତିଆରି କରିଛନ୍ତି ସ୍ବେଟର। ଏହି ରଙ୍ଗ ବେରଙ୍ଗର ସ୍ବେଟର ପିନ୍ଧି କୁକୁଡ଼ା ଶୀତରୁ ରକ୍ଷା ପାଇବା ସହ ବେଶ୍‌ ସୁନ୍ଦର ବି ଦେଖାଯାଆନ୍ତି। ସେ ଉକ୍ତ ସ୍ବେଟରକୁ ଏଭଳି ତିଆରି କରିଛନ୍ତି ଯେ, ତାଙ୍କ ମୁଣ୍ଡ ଓ ଡେଣା ସେଥିରେ ବାନ୍ଧି ହୋଇ ରହିବ ନାହିଁ। ଆଉ ସେଥିରେ ବଟନ୍‌ ସିଷ୍ଟମ୍‌ ବି ଅଛି। ଫଳରେ ଆରାମରେ ପିନ୍ଧେଇ ଓ ବାହାର କରି ହେବ।

Share