କୁକୁଡ଼ାଯୋଡ଼ି ଗ୍ରାମରେ ହାତୀ ଆତଙ୍କ: ବୃଦ୍ଧଙ୍କୁ ଦଳି ମାରିଦେଲା

ବାରିପଦା ଅଫିସ ୭।୬- ମୟୁରଭଞ୍ଜ ଜିଲା ବାରିପଦା ବ୍ଲକ ରଜାବସା ପଞ୍ଚାୟତ କୁକୁଡାଯୋଡ଼ି ଗ୍ରାମରେ ହାତୀ ଆକ୍ରମଣରେ ଜଣେ ବୃଦ୍ଧଙ୍କ ମୃତ ଘଟିଛି। ବୃଦ୍ଧଜଣଙ୍କ ହେଲେ କୁକୁଡାଯୋଡି ଗ୍ରାମର ଚତୁର୍ଭୁଜ ନାୟକ।

ମିଳିଥିବା ସୂଚନା ଅନୁସାରେ, ରାସଗୋବିନ୍ଦପୁର ବନାଞ୍ଚଳ ଅନ୍ତର୍ଗତ କୁକୁଡାଯୋଡ଼ି ଜଙ୍ଗଲରେ ଶନିବାର ରାତିରୁ ୫ଟି ଜଙ୍ଗଲୀ ହାତୀ ପଶି ଆସିଥିଲେ। ରାତି ସାରା ହାତୀମାନେ ଜଙ୍ଗଲରେ ଉତ୍ପାତ କରିଥିଲେ। ରବିବାର ସକାଳେ ଚତୁର୍ଭୁଜ ଶୌଚ ହେବା ପାଇଁ ପଡିଆକୁ ଯାଇଥିବା ବେଳେ ହାତୀ ସାମ୍ନାରେ ପଡ଼ିଯାଇଥିଲେ। ଏହାପରେ ହାତୀ ତାଙ୍କୁ ଦଳି ମାରିଦେଇଥିବା ଜଣାପଡ଼ିଛି।
ଏହି ଖବର ପ୍ରଚାରିତ ହେବା ପରେ ସ୍ଥାନୀୟ ଲୋକ ଭୟଭୀତ ଅବସ୍ଥାରେ ରହିଛନ୍ତି। ରାସଗୋବିନ୍ଦପୁର ରେଞ୍ଜର ଏକ ଟିମ ଏବଂ ବାରିପଦା ସଦର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ହାତୀମାନକୁ ଘଉଡାଇବା ପାଇଁ ଚେଷ୍ଟା ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସାନଖେମୁଣ୍ଡି ଓକିଲ ସଂଘ ନିର୍ବାଚନ: ଚନ୍ଦ୍ରଧ୍ୱଜ-ସଭାପତି, କିଶୋର-ସମ୍ପାଦକ ମନୋନୀତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ଓକିଲ ସଂଘର କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଆଇନଜୀବୀ ଚନ୍ଦ୍ରଧ୍ୱଜ ସିଂହଙ୍କୁ ସଂଘର...

ଅଷ୍ଟଦଣ୍ଡ ମିଳନ କାର୍ଯ୍ୟକ୍ରମ ଉଦଯାପିତ: ମନ ମୋହିଲା ପାରମ୍ପରିକ ଦଣ୍ଡ ନୃତ୍ୟ

ରାଇକିଆ, ୫।୪(ପ୍ରଦୀପ ବେହେରା )-କନ୍ଧମାଳ ଜିଲା ରାଇକିଆ ପଞ୍ଚଦଣ୍ଡ ପରିଚାଳନା କମଟି ଆନୁକୁଲ୍ୟରେ ଗୁରବାର ଅଷ୍ଟମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଆୟୋଜକ ପଞ୍ଚଦଣ୍ଡ କମିଟିର ୨୬...

ଗହଣା ଦୋକାନରୁ ୧୨ ସୁନା ଚେନ ଲୁଟିନେଲେ ଦୁର୍ବୃତ୍ତ

ଦିଗପହଣ୍ଡି,୧୦।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଡେଙ୍ଗାଓସ୍ତା ଗ୍ରାମ ମୁଖ୍ୟ ରାସ୍ତାକଡ଼ରେ ଥିବା ପବିତ୍ର କୁମାର ବିଷୋୟୀଙ୍କ ଗହଣା ଦୋକାନରୁ ୧୨୦ ଗ୍ରାମ...

କେନ୍ଦ୍ରାପଡାରେ ମେଡିକାଲ କଲେଜ ପାଇଁ ୨୨ ଏପ୍ରିଲରୁ ଅନିର୍ଦ୍ଦିଷ୍ଟ କାଳ ପ୍ରତିବାଦ

କେନ୍ଦ୍ରାପଡା,୧୦।୪: ଉପକୂଳ ଜିଲାରେ ଏକ ମେଡିକାଲ କଲେଜ ଏବଂ ହସ୍ପିଟାଲ ପ୍ରତିଷ୍ଠା ପାଇଁ ତୁରନ୍ତ ପଦକ୍ଷେପ ଦାବି କରି କେନ୍ଦ୍ରାପଡା ବାସିନ୍ଦା ୨୨ ଏପ୍ରିଲରୁ କଲେକ୍ଟରଙ୍କ...

ଦିଲ୍ଲୀ ପହଞ୍ଚିଲେ ତହୱୁର ରାଣା, ଗିରଫ କଲା NIA

ନୂଆଦିଲ୍ଲୀ,୧୦।୪: ୨୬/୧୧ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଣ୍ଡ ତହୱୁର ରାଣାକୁ ଭାରତ ଅଣାଯାଇଛି। ଆମେରିକାରୁ ତାଙ୍କୁ ଆଣୁଥିବା ସ୍ବତନ୍ତ୍ର ବିମାନଟି ପାଲମ ବିମାନବନ୍ଦରରେ ଅବତରଣ କରିଥିଲା। ଏଠାରୁ...

ହ୍ୱାଟ୍ସଆପ୍ ଚାଟିଂ ଖୋଲିବ କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ

ବାଲେଶ୍ୱର,୧୦।୪: ମୃତ ମହିଳା କନଷ୍ଟେବଳ ଯଶୋଦା ଦାସଙ୍କ ମୃତ୍ୟୁର ରହସ୍ୟ ଖୋଲିବ ତାଙ୍କ ହ୍ୱାଟ୍ସଆପ୍ ଚାଟିଂ। ଏହି ରହସ୍ୟମୟ ମୃତ୍ୟୁକୁ ଭେଦ କରିବାରେ ପୋଲିସକୁ ତାଙ୍କ...

ବଡ଼ ଧରଣର ଅବକାରୀ ଚଢାଉ, ଦେଶୀ ମଦ ଭାଟି ଭାଙ୍ଗିଲେ ଅଧିକାରୀ

ଜୟପୁର,୧୦ା୪(ପବନ ପାଣିଗ୍ରାହୀ): ଜୟପୁର ସଦର ଥାନା ଅନ୍ତର୍ଗତ ଗଡପଦର ଜଙ୍ଗଲରେ ଦେଶୀ ବିଷାକ୍ତ ମଦ ପ୍ରସ୍ତୁତ ସହ ଲୁଚାଇ ରଖିଥିବା ସୂଚନା ପାଇ ଜୟପୁର ଅବକାରୀ...

IAS ସ୍ତରରେ ଅଦଳବଦଳ କଲେ ରାଜ୍ୟ ସରକାର

ଭୁବନେଶ୍ୱର,୧୦।୪: ଗୁରୁବାର ଓଡ଼ିଶା ସରକାର ଭାରତୀୟ ପ୍ରଶାସନିକ ସେବା (IAS) କ୍ୟାଡରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି। ତଦନୁସାରେ, ବର୍ତ୍ତମାନ ଗୃହ ବିଭାଗର ସ୍ୱତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image