Advertisement

କୁକୁଡ଼ା ମୃତ୍ୟୁକୁ ନେଇ ଅଘଟଣ: କାଠ ଫାଳିଆ ମାଡ଼ରେ ନାବାଳିକାଙ୍କ ଜୀବନ ଗଲା

ନୂଆଗାଁ, ୩୦।୭: ସୁନ୍ଦରଗଡ଼ ଜିଲା ନୂଆଗାଁ ବ୍ଲକ ହାତୀବାରି ଥାନା ଅନ୍ତର୍ଗତ ଗୋପୁର କୁମ୍ଭାରପଡ଼ା ଗ୍ରାମରେ ସୋମବାର ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ସାମାନ୍ୟ କୁକୁଡ଼ାର ମୃତ୍ୟୁକୁ ନେଇ ଦୁଇ ପରିବାର ମଧ୍ୟରେ କଳହ ହୋଇଥିଲା। ଶେଷରେ ସମ୍ପର୍କୀୟ କାକାଙ୍କ କାଠଫାଳିଆ ମାଡ଼ରେ ନାବାଳିକା ଝିଆରୀର ମୃତ୍ୟୁ ଘଟିଛି। ମୃତ ଝିଆରୀ ହେଲେ ରୋଶନି ଡୁଙ୍ଗଡୁଙ୍ଗ। ଅଭିଯୁକ୍ତ କାକା ହେଲେ ସମୀର ଡୁଙ୍ଗଡୁଙ୍ଗ(୩୫)।
ପ୍ରକାଶ ଯେ, ରୋଶନିଙ୍କ ଘରେ ଥିବା ୭ଟି କୁକୁଡ଼ା ହଠାତ୍‌ ମରିଯାଇଥିଲେ। ତେବେ ତାଙ୍କ ପଡ଼ୋଶୀ ସମୀରଙ୍କ ପରିବାର ଲୋକେ କୁକୁଡ଼ାକୁ ବିଷ ଦେଇ ମାରିଦେଇଥିବା ରୋଶନିଙ୍କ ପରିବାର ଲୋକେ ସନ୍ଦେହକରି ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ସମୀରଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାର ପ୍ରତିଶୋଧ ନେବାକୁ ସୋମବାର ସନ୍ଧ୍ୟାରେ ସମୀର ଏକ କାଠ ଫାଳିଆରେ ରୋଶନିଙ୍କ ଉପରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ରୋଶନିଙ୍କ ମୁୁଣ୍ଡରେ ଆଘାତ ଲାଗିଥିଲା। ଗୁରୁତର ଅବସ୍ଥାରେ ତାଙ୍କୁ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଏ ନେଇ ପୋଲିସ ଅଭିଯୁକ୍ତ ସମୀରଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share