ହଲିଉଡ ସୁପରଷ୍ଟାର ସିଲ୍ୱେଷ୍ଟର ଷ୍ଟେଲାନ୍ ଷ୍ଟାଇଲ୍ ଓ ଆକ୍ସନ୍ ପାଇଁ ପ୍ରସିଦ୍ଧ। ଭାରତରେ ମଧ୍ୟ ତାଙ୍କ ଫ୍ୟାନ୍ମାନଙ୍କ ସଂଖ୍ୟା ଅଧିକ। କିନ୍ତୁ ଏପରି ଏକ ସମୟ ଥିଲା ତାଙ୍କ ପାଖରେ ଘରଭଡା ଦେବାକୁ ମଧ୍ୟ ଟଙ୍କାନଥିଲା। କ୍ୟାରିଅର୍ର ପ୍ରାରମ୍ଭରେ ସେ ଅନେକ ସଂଘର୍ଷ କରିଛନ୍ତି। ସେ ନ୍ୟୁୟର୍କର ବସ୍ଷ୍ଟାଣ୍ଡରେ ଅନେକ ରାତି ମଧ୍ୟ କାଟିଛନ୍ତି। ଆର୍ଥିକ ଅନାଟନ ଯୋଗୁ ସେ ତାଙ୍କ କୁକୁରକୁ ୪୦ ଡଲାର(ଭାରତୀୟ ମୁଦ୍ରାରେ ୨୫୦୦ଟଙ୍କା)ରେ ବିକ୍ରି କରିଦେଇ ଥିଲେ। ତାଙ୍କ ପାଇଁ ଏହି ଘଟଣା ବହୁତ ଦୁଃଖଦାୟକ ଥିଲା। ଏହାପରେ ସେ ରେସ୍ଲର୍ ମୋହମ୍ମଦ ଅଲ୍ଲୀ ଓ ଚକୱେପନର୍ଙ୍କ ମଧ୍ୟରେ ହୋଇଥିବା ଏକ ମୁକାବିଲାରେ ପ୍ରେରିତ ହୋଇ ଫିଲ୍ମ ‘ରକି’ ପାଇଁ ସ୍କ୍ରିପ୍ଟ ଲେଖିଥିଲେ ଏହା ସେ ୨୦ ଘଣ୍ଟା ମଧ୍ୟରେ ସମ୍ପୂର୍ଣ୍ଣ କରିଥିଲେ। ଏକ ପ୍ରସିଦ୍ଧ ପ୍ରଡକ୍ସନ ହାଉସ୍ ଏହାକୁ ୨୩ ଲକ୍ଷ ଦେଇ ସ୍କ୍ରିପ୍ଟ କିଣିଲେ ଓ ତାଙ୍କୁ ହିରୋ ଭୂମିକାରେ ରୋଲ୍ ମଧ୍ୟ ଦେଇଥିଲେ। ଏହାପରେ ସେ ଏହି ଫିଲ୍ମରେ ଅଭିନୟ କଲେ ଓ ଫିଲ୍ମଟି ଅନେକ ରେକର୍ଡ ମଧ୍ୟ କରିଥିଲା। ସଫଳତା ପାଇବା ପରେ ସିଲ୍ୱେଷ୍ଟର କୁକୁରକୁ ବିକ୍ରି କରିଥିବା ଦୋକାନକୁ ଖୋଜି ବାହାର କଲେ। କିନ୍ତୁ କୁକୁରର ମାଲିକ କୁକୁର ପାଇଁ ୧୦ ଲକ୍ଷ ଟଙ୍କା ମାଗିଥିଲେ। ଏହା ପରେ ସିଲ୍ଭେଷ୍ଟର ସେତିକି ଅର୍ଥ ଦେଇ ଅତି ଖୁସିରେ କୁକୁରଟିକୁ କିଣିଥିଲେ।