Categories: ଫୁରସତ

କୁକୁରର ନାମକରଣ କରି ଜେଲ୍‌ ଗଲେ ମାଲିକ

ପୋଷା ଜନ୍ତୁଙ୍କୁ ଅନେକ ଲୋକ ଆଦରରେ ବିଭିନ୍ନ ନାଁରେ ଡାକିଥାଆନ୍ତି। ହେଲେ ଚାଇନାରେ ଏବେ ଏଥିପାଇଁ ପୋଷା ଜନ୍ତୁଙ୍କ ମାଲିକଙ୍କୁ ଜେଲ୍‌ ଯିବାକୁ ପଡିଛି। ଚାଇନାର ଜଣେ ୩୦ ବର୍ଷୀୟ ବ୍ୟକ୍ତି ଘରେ ୨ଟି କୁକୁର ପୋଷିଥିଲେ। ସେ ଏମାନଙ୍କ ନାମକୁ ନେଇ ନିକଟରେ ସୋସିଆଲ ମିଡିଆରେ କିଛି ଫଟୋ ଓ ବାର୍ତ୍ତା ପୋଷ୍ଟ କରିଥିଲେ। ଏଥିରେ ସେ ତାଙ୍କ ପୋଷା କୁକୁରଙ୍କ ନାଁ ଉଲ୍ଲେଖ କରିଥିଲେ। ଜଣକର ନାଁ ଚେଂଗୁଆନ୍‌ ଓ ଅନ୍ୟ ଜଣକର ନାଁ ଜିଗୁଆନ ରଖିଥିବା ଲେଖିଥିଲେ। ଏହି ୨ଟି ନାଁ ଚାଇନା ସରକାରୀ ଅଧିକାରୀ ଓ ସିଭିଲ୍‌ ସର୍ଭିସ୍‌ ଅଧିକାରୀଙ୍କ ନାଁ ରହିଛି। ବିବିସିର ରିପୋର୍ଟ ଅନୁଯାୟୀ, ଚାଇନାରେ ଏମିତି ନାଁ ରଖିବା ଅପରାଧ ବୋଲି କୁହାଯାଏ। ଏହା ବ୍ୟତୀତ ଜଣେ ପୋଲିସ ଅଧିକାରୀ ସୂଚନା ଦେଇଛନ୍ତି କି କୁକୁର ମାଲିକଙ୍କର ସୋସିଆଲ ମିଡିଆରେ ଏଭଳି ପୋଷ୍ଟ ଦେଶ ପାଇଁ କ୍ଷତିକାରକ। ତେଣୁ ଏହି ଅପରାଧରେ ଉକ୍ତ ବ୍ୟକ୍ତିଙ୍କୁ ୧୦ ଦିନ ଜେଲ ଦଣ୍ଡ ଭୋଗିବାକୁ ପଡିଛି।

Share