Categories: ଫୁରସତ

କୁକୁର ଏବଂ ହେଟାବାଘଙ୍କର ସମାନ ଗୁଣ: ସାଥୀଙ୍କୁ ସହଯୋଗ କରିବାରେ ନିପୁଣ…

କୁକୁର ଏବଂ ହେଟାବାଘ ମଧ୍ୟରେ ବହୁ ସମାନ ଗୁଣ ରହିଥାଏ। କୁକୁର ମାଲିକଙ୍କର ଅତି ବିଶ୍ୱସ୍ତ ହୋଇଥାଏ। ଏହା ସହିତ କୁକୁର ଅସୁବିଧାରେ ପଡ଼ିଥିବା ଅନ୍ୟ କୁକୁରକୁ ମଧ୍ୟ ସହାୟତା କରିଥାନ୍ତି। ଏଭଳି ସମାନ ଗୁଣ ହେଟାବାଘଠାରେ ବି ଦେଖାଯାଇଥାଏ ବୋଲି ଏକ ଗବେଷଣାରୁ ଜଣାପଡ଼ିଛି। ଜର୍ମାନୀର ମ୍ୟାକ୍ସ୍‌ ପ୍ଲାଙ୍କ୍‌ ଇନଷ୍ଟିଚ୍ୟୁଟ୍‌ ଫର୍‌ ଦି ସାଇନ୍ସ୍‌ ଅଫ୍‌ ହ୍ୟୁମାନ୍‌ ହିଷ୍ଟ୍ରି ପକ୍ଷରୁ କରାଯାଇଥିବା ଏକ ଗବେଷଣା ରିପୋର୍ଟରେ ଏହା ପ୍ରକାଶ ପାଇଛି। କୁକୁର ଏବଂ ହେଟାବାଘଙ୍କ ମଧ୍ୟରେ ଜନ୍ମଜାତ ଭାବେ ଏହି ଗୁଣ ରହିଥିବା ରିପୋର୍ଟରେ ଦର୍ଶାଯାଇଛି। ଅସୁବିଧାରେ ପଡ଼ିଥିବା ସାଥୀଙ୍କୁ ସହଯୋଗ କରିବାରେ ଉଭୟେ ନିପୁଣ। ମଣିଷ ପ୍ରାୟ ୩୦ରୁ ୪୦ ହଜାର ବର୍ଷ ତଳେ କୁକୁରକୁ ପୋଷା ଭାବେ ରଖିବା ଆରମ୍ଭ କରିଥିଲା। ତେବେ ହେଟାବାଘଠାରେ ସହାୟତା କରିବା ଗୁଣ ଥିଲେ ମଧ୍ୟ ଏହା ହିଂସ୍ର ସ୍ବଭାବର ହୋଇଥିବାରୁ ଏହାକୁ ପୋଷା ଭାବେ ଘରେ ରଖିବା ସମ୍ଭବ ହୋଇ ନ ଥାଏ ବୋଲି ଗବେଷଣାର ନେତୃତ୍ୱ ନେଉଥିବା ପ୍ରଫେସର ଜୁଲିୟାନ୍‌ ବ୍ରାଉର କହିଛନ୍ତି।

Share