Categories: ଫୁରସତ

କୁକୁର କଲା ରେକର୍ଡ

ଗୋଲ୍ଡେନ୍‌ ରିଟ୍ରିଭର୍‌ ପ୍ରଜାତିର ଏହି କୁକୁରର ଫଟୋ ଦେଖି ଭାବୁଥିବେ ଏହି ସୁନ୍ଦର କୁକୁରଟି ଲୋଭରେ ମେଞ୍ଚେ ଖାଦ୍ୟ ପାଟିରେ ପୂରାଇଛି। ହେଲେ ନା। କୁକୁରଟି ପାଟିରେ ୫ଟି ଟେନିସ୍‌ ବଲ୍‌ ପୂରାଇଛି। ସେ ପୁଣି ରେକର୍ଡ ପାଇଁ, ଯାହାକି ଆଗରୁ କୌଣସି କୁକୁର କରିପାରି ନାହାନ୍ତି। ଅଗି ନାମକ ଏହି କୁକୁର ଏକାଥରେ ପାଞ୍ଚଟି ବଲ୍‌ ପାଟିରେ ଧରି ଗିନିଜ୍‌ ଓ୍ବାର୍ଲଡ୍‌ ରେକର୍ଡସ୍‌ରେ ସ୍ଥାନ ପାଇଛି। ଅଗିର ବୟସ ୬ ବର୍ଷ। ସେ ବହୁତ ଆରାମରେ ୫ଟି ଯାକ ବଲ୍‌ ପାଟିରେ ଧରି ପାରେ। ଆଉ ତାକୁ ଦେଖିଲେ ଭାରି କୌତୁକିଆ ଲାଗେ।

Share