କୁକୁର କାମୁଡ଼ାରେ ପ୍ରତିବର୍ଷ ଭାରତରେ ୨୦ ହଜାର ଲୋକଙ୍କ ହେଉଛି ମୃତ୍ୟୁ

ଜେନେଭା/ନୂଆଦିଲ୍ଲୀ,୩୦।୯: ପ୍ରତିବର୍ଷ ଭାରତରେ କୁକୁର କାମୁଡ଼ାରେ ୨୦ ହଜାର ଲୋକଙ୍କର ମୃତ୍ୟୁ ଘଟୁଛି। ଏହି ସଂଖ୍ୟା ଆତଙ୍କବାଦୀ ଆକ୍ରମଣରେ ମୃତ୍ୟୁ ଘଟୁଥିବା ଲୋକଙ୍କ ସଂଖ୍ୟାଠାରୁ ଢ଼େର ଅଧିକ। ୧୯୭୦ଠାରୁ ବର୍ତ୍ତମାନ ସୁଦ୍ଧା ଆତଙ୍କବାଦୀ ଆକ୍ରମଣ ତୁଳନାରେ ଅଧିକ ଲୋକଙ୍କର କୁକୁର କାମୁଡ଼ାରେ ଜୀବନ ଯାଇଥିବା ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ପକ୍ଷରୁ ପ୍ରକାଶିତ ଏକ ରିପୋର୍ଟରେ ଦର୍ଶାଯାଇଛି। ପ୍ରତିବର୍ଷ ପୃଥିବୀରେ ୫୯ ହଜାର ଲୋକଙ୍କର ମୃତ୍ୟୁ କୁକୁର କାମୁଡ଼ାରେ ଘଟିଥାଏ। ଏହାର ୩୬ ପ୍ରତିଶତ ମୃତ୍ୟୁ କେବଳ ଭାରତରେ ହଁି ହୋଇଥାଏ। ଆମେରିକାରେ ୧୯୬୦ଠାରୁ ବର୍ତ୍ତମାନ ସୁଦ୍ଧା କୁକୁର କାମୁଡ଼ାରେ ମାତ୍ର ୮୯ ଲୋକଙ୍କର ମୃତ୍ୟୁ ହୋଇଛି। ତେବେ ଭାରତରେ କୁକୁର ସଂଖ୍ୟା ୩ କୋଟି ୫୦ ଲକ୍ଷରୁ ଅଧିକ ଥିବାବେଳେ ଆମେରିକାରେ ୯ କୋଟି କୁକୁର ଅଛନ୍ତି ବୋଲି ରିପୋର୍ଟରେ ପ୍ରକାଶ ପାଇଛି।

Share