Categories: ଖେଳ

କୁକୁର ଖେଳିଲା କ୍ରିକେଟ

ନୂଆଦିଲ୍ଲୀ,୨୨।୨- କଥାରେ ଅଛି କୁକୁରମାନେ ମଣିଷର ସବୁଠୁ ଭଲ ବନ୍ଧୁ। ସେମାନେ ମଣିଷଙ୍କ କଥା ବୁଝି ପାରନ୍ତି। ଭେଟେରାନ ଅଭିନେତ୍ରୀ ସିମି ଗାରଓ୍ବୋଲ ଟୁଇଟରରେ ଏକ ଭିଡିଓ ଶେୟାର କରିଛନ୍ତି। ୪୪ ସେକେଣ୍ଡ ଲମ୍ବା ଭିଡିଓରେ ଜଣେ ବାଳିକାଙ୍କ ସହ କୁକୁର କ୍ରିକେଟ ଖେଳୁଥିବାର ଦୃଶ୍ୟ ଦେଖିବାକୁ ମିଳୁଛି। ଉକ୍ତ ବାଳିକା ବଲ ହିଟ୍‌ କରିବା ପରେ କୁକୁରଟି ବଲ ଅଞ୍ଚଳକୁ ଯାଇ ଫିଲ୍ଡିଂ କରୁଛି। ଏହାର କ୍ୟାପଶରେ ଲେଖିଛନ୍ତି, ଚଳିତବର୍ଷ ଶ୍ରେଷ୍ଠ ଫିଲ୍ଡର। ଭିଡିଓକୁ ଏପର୍ଯ୍ୟନ୍ତ ୨୧.୨ ହଜାର ୟୁଜର୍ସ ପସନ୍ଦ କରିଛନ୍ତି।

Share