କୁକୁର ଗୁଳିରେ ମାଲିକାଣୀ ଆହତ

ଆମେରିକାର ଓକ୍ଲାହୋମାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ଏଠାରେ ଏକ କୁକୁର ନିଜ ମାଲିକାଣୀଙ୍କ ଉପରକୁ ଗୁଳି ଚଳାଇବାରୁ ସେ ଗୁରୁତର ଆହତ ହୋଇଛନ୍ତି। କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ, ୪୪ ବର୍ଷୀୟା ଟିନା ସ୍ପ୍ରିଙ୍ଗର କାରରେ ନିଜ ୭ମାସର ପୋଷା କୁକୁରକୁ ନେଇ ବୁଲିବାକୁ ଯାଉଥିଲେ। କାରରେ ଏକ ବନ୍ଧୁକ ଥିଲା। ବାଟରେ ଟ୍ରେନ ଫାଟକ ପଡିଥିବାରୁ ଗାଡିଟି ରହିଥିଲା। ହଠାତ୍‌ କୁରଟି ବନ୍ଧୁକ ଉପରେ ଚଢିଯିବାରୁ ଗୁଳିଟି ଫୁଟି ଟିନାଙ୍କ ବାମ ଜଂଘରେ ବାଜିଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ଭୁଲବଶତଃ କୁକୁର ମାରିଥିବା କଥା ଟିନା ପୋଲିସ ଆଗରେ ସ୍ବୀକାର କରିଛନ୍ତି।

Share