କୁକୁର ଛୁଆ ମାରି ଗିରଫ ହେଲେ କ୍ୟାବ୍‌ ଡ୍ରାଇଭର

ଭୁବନେଶ୍ୱର,୧୮।୧୧(ବ୍ୟୁରୋ): କୁକୁର ଛୁଆଙ୍କ ଉପରେ ଗାଡ଼ି ଚଢ଼ାଇ କ୍ୟାବ୍‌ ଡ୍ରାଇଭର ଗିରଫ ହୋଇଛନ୍ତି। ଏଭଳି ଘଟଣା ଘଟିଛି ଭୁବନେଶ୍ୱରସ୍ଥିତ ଚନ୍ଦ୍ରଶେଖରପୁର ଶୈଳଶ୍ରୀ ବିହାରରେ, ଯାହା ଚର୍ଚ୍ଚାର ବିଷୟ ପାଲଟିଛି।
ସୂଚନାଯୋଗ୍ୟ, କ୍ୟାବ୍‌ ଡ୍ରାଇଭର କାହ୍ନୁ ଚରଣ ଗିରି ଶୈଳଶ୍ରୀ ବିହାରର ରାସ୍ତାକଡ଼ରେ ୪ଟି କୁକୁର ଛୁଆ ବୁଲୁଥିବା ବେଳେ ସେମାନଙ୍କ ଉପରେ ଗାଡ଼ି ଚଢ଼ାଇ ଦେଇଥିଲେ। ଫଳରେ କୁକୁର ଛୁଆଙ୍କ ମୃତ୍ୟୁ ଘଟିଥିଲା। ଏ ନେଇ ପିପୁଲ୍‌ ଫର୍‌ ଆନିମଲ ସଂଗଠନର ଏତଲା ଭିତ୍ତିରେ ମାମଲା ରୁଜୁ ହୋଇଥିଲା। ଚନ୍ଦ୍ରଶେଖରପୁର ପୋଲିସ ଅଭିଯୁକ୍ତ ଡ୍ରାଇଭର କାହ୍ନୁଚରଣଙ୍କୁ ଗିରଫ କରିଛି।

Share