କୁକୁର ନେଲା ମେୟର ଭାବେ ପଦ ଓ ଗୋପନୀୟତାର ଶପଥ

କୋଲୋରାଡୋ, ୨୦।୨: ମେୟର ଭାବେ କୌଣସି ବ୍ୟକ୍ତି ବିଶେଷ ଶପଥ ନେବା ସାଧାରଣ କଥା। କିନ୍ତୁ କୌଣସି ପ୍ରାଣୀ ଏଭଳି ଶପଥ ନେବା ଶୁଣିଲେ ନିଶ୍ଚିତ ଭାବେ ଯେ କେହି ଆଶ୍ଚର୍ଯ୍ୟ ହେବେ। ତେବେ ଆମେରିକାର କୋଲୋରାଡୋରେ ଏଭଳି ଘଟିଛି। ମଙ୍ଗଳବାର ସ୍ଥାନୀୟ ଜର୍ଜ ଟାଉନ୍‌ର ନୂଆ ମେୟର ଭାବେ ସ୍ନୋ ଡଗ୍‌ ପାର୍କର ଦେହରେ କୋଟ ଘୋଡ଼ି ହୋଇ ବେକରେ ଟାଇ ବାନ୍ଧି ଚଷମା ପିନ୍ଧି ଟେବୁଲ ଉପରେ ବସି ଶପଥ ନେଇଛି। ଏହି ଉତ୍ସବର ଫଟୋକୁ ଜର୍ଜ ଟାଉନ୍‌ର କ୍ଲିୟର କ୍ରିକ୍‌ଠାରେ ଥିବା କମ୍ୟୁନିଟି ସେଣ୍ଟର ପକ୍ଷରୁ ଫେସବୁକ୍‌ରେ ଶେୟାର କରାଯାଇଛି। ଏହା ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ମେୟର ପଦବୀ ପାଇଁ ହୋଇଥିବା ନିର୍ବାଚନରେ ପାର୍କରକୁ ଲୋକେ ବିପୁଳ ସଂଖ୍ୟାରେ ଭୋଟ ଦେଇ ନିର୍ବାଚିତ କରିଛନ୍ତି। ପାର୍କର ମେୟର ହେବାକୁ ସୋସିଆଲ୍‌ ମିଡ଼ିଆର ବହୁ ୟୁଜର ପସନ୍ଦ କରିଛନ୍ତି।

Share