Categories: ଫୁରସତ

କୁକୁର ପିଠିରେ ମାଙ୍କଡ଼ ଛୁଆ: ଭିଡ଼ିଓ ଭାଇରାଲ

ନୂଆଦିଲ୍ଲୀ,୧୭।୨: ମଣିଷ ମଣିଷ ମଧ୍ୟରେ ବିଭିନ୍ନ କାରଣରୁ ଗଣ୍ଡଗୋଳ ସୃଷ୍ଟି ହୋଇଥାଏ। ତେବେ ଦୁଇଟି ଭିନ୍ନ ପ୍ରାଣୀଙ୍କ ମଧ୍ୟରେ ବେଳେବେଳେ ଦେଖିବାକୁ ମିଳୁଥିବା ବନ୍ଧୁତା ମଣିଷକୁ ସମ୍ପର୍କ ବିଷୟରେ ଚିନ୍ତା କରିବାକୁ ବାଧ୍ୟ କରିଥାଏ। ଏଭଳି ଏକ ଘଟଣା ନେଇ ଏବେ ଚର୍ଚ୍ଚା ଜାରି ରହିଛି। ସମ୍ପ୍ରତି ସୋସିଆଲ୍‌ ମିଡ଼ିଆରେ ଏକ ଭିଡ଼ିଓ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୪୫ ସେକେଣ୍ଡର ଏହି ଭିଡ଼ିଓରେ ମାଙ୍କଡ଼ ଛୁଆଟିଏ କୁକୁର ପିଠିରେ ବସି ବୁଲୁଛି। ଏହାକୁ ୟୁଜର ବହୁସଂଖ୍ୟାରେ ଶେୟାର କରିବା ସହିତ ଲାଇକ୍‌ ମଧ୍ୟ କରୁଛନ୍ତି। ଏହାକୁ ମହେଶ ନାୟକ ନାମକ ଜଣେ ୟୁଜର ଟୁଇଟରରେ ଅପଲୋଡ୍‌ କରିଛନ୍ତି। ଏହା ସହିତ ସେ ସମସ୍ତଙ୍କ ପାଇଁ ଶୁଭ ସକାଳ ଲେଖିଛନ୍ତି। ମାଙ୍କଡ଼ ଛୁଆଟି କୁକୁର ପିଠିରୁ ଖସି ପଡ଼ିଲେ ବି ପଛେ ପଛେ ଚାଲୁଥିବାର ଭିଡ଼ିଓରେ ଦେଖିବାକୁ ମିଳୁଛି।

Share