କୁକୁର ସହିତ ସ୍ନୁକର ଖେଳିଲେ ସୋନାକ୍ଷୀ: ଇନଷ୍ଟାଗ୍ରାମ୍‌ରେ ଭିଡ଼ିଓ ଭାଇରାଲ

ମୁମ୍ବାଇ: ଏବେ ବଲିଉଡ୍‌ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କର ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ୧ ମିନିଟ୍‌ର ଏହି ଭିଡ଼ିଓରେ ସୋନାକ୍ଷୀ ସ୍ନୁକର ଖେଳୁଥିବା ଦେଖିବାକୁ ମିଳୁଛି। ତେବେ ତାଙ୍କ ପୋଷା କୁକୁର ସ୍ନୁକର ବଲ୍‌କୁ ଧରିବା ପାଇଁ ଟେବୁଲ ଚାରିପଟେ ଦୌଡ଼ି ବୁଲୁଛି। ସୋନାକ୍ଷୀଙ୍କୁ ଏହା ବେଶ୍‌ ଆନନ୍ଦ ଦେଉଥିବା ଦେଖିବାକୁ ମିଳୁଛି। ଶେଷରେ ସୋନାକ୍ଷୀ କୁକୁରକୁ କୁଣ୍ଢାଇ ପକାଉଛନ୍ତି। ଏହି ଭିଡ଼ିଓକୁ ସେ ଇନଷ୍ଟାଗ୍ରାମ୍‌ରେ ଶେୟାର କରିଛନ୍ତି। ବହୁ ୟୁଜର ପୋଷା କୁକୁର ସହିତ ସୋନାକ୍ଷୀଙ୍କ ଏଭଳି ଆଚରଣକୁ ପସନ୍ଦ କରି ସକାରାତ୍ମକ କମେଣ୍ଟ୍‌ ଦେଇଛନ୍ତି।

Share