Categories: ଫୁରସତ

କୁକୁର ସହ ତୀର୍ଥ ଯାତ୍ରାରେ ଯାନ୍ତି ସାଧୁ

ସାଧାରଣତଃ ସାଧୁମାନେ ଏକାନ୍ତରେ ତୀର୍ଥଯାତ୍ରା କରିବାକୁ ପସନ୍ଦ କରିଥାନ୍ତି। କିନ୍ତୁ ରାଜସ୍ଥାନରେ ଜଣେ ଭିନ୍ନ ସାଧୁ ଅଛନ୍ତି। ସେ ଯେବେ ଯୁଆଡେ ତୀର୍ଥ ଯାତ୍ରା କରିବାକୁ ଯାନ୍ତି ସାଥିରେ ୩ ପାଳିତ କୁକୁରଙ୍କୁ ନିଜ ସହ ନେଇଯାନ୍ତି। ନିକଟରେ ସେ ଅମରନାଥ ଯାତ୍ରାରେ ବାହାରିଥିଲେ। ଆଉ ସାଙ୍ଗରେ ତିନି କୁକୁରଙ୍କୁ ନେଇ ମଧ୍ୟ ଯାଇଥିଲେ। ଏହି ସାଧୁ ଜଣଙ୍କ ହେଉଛନ୍ତି ଦୁଲା ନାଥ। ସେ କୁହନ୍ତି, ଏହି ତିନି କୁକୁର ମୋ ଜୀବନ ସାଥୀ। ତେଣୁ ତାଙ୍କୁ ଏକୁଟିଆ ଛାଡି କୁଆଡେ ଯିବାକୁ ଚାହେଁନି। ବାକି ଜୀବନ ଯେଉଁଆଡେ ତୀର୍ଥ କରିବାକୁ ଯିବି ସାଥିରେ ସେମାନଙ୍କୁ ନେଇ ଯିବି ବୋଲି ସେ କହିଛନ୍ତି। ଗତ ୧୦ ବର୍ଷ ହେବ ହେବ ସେ କୁକୁର ସହ ବିଭିନ୍ନ ତୀର୍ଥସ୍ଥଳ ବୁଲିବାକୁ ଯାଉଛନ୍ତି।

Share