Categories: ମେଟ୍ରୋ

କୁଖ୍ୟାତ ନିଶା ମାଫିଆ ସୁଧାଂଶୁଙ୍କ ଦ୍ୱାରିକାନଗର ବେଆଇନ ଘର ଉଚ୍ଛେଦ

ଖୋର୍ଦ୍ଧା ଅଫିସ, ୨୨।୭(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲାର କୁଖ୍ୟାତ ନିଶା ମାଫିଆ ସୁଧାଂଶୁ ପରିଡ଼ା ଓରଫ ଛୋଟାଙ୍କ ଗୁରୁଜଙ୍ଗ ଜବରଦସ୍ତପୁର ଦ୍ୱାରିକାନଗରରେ ଥିବା ବେଆଇନ ଘରକୁ ପ୍ରଶାସନ ପକ୍ଷରୁ ସୋମବାର ଦ୍ୱିତୀୟ ପର୍ଯ୍ୟାୟରେ ଉଚ୍ଛେଦ କରାଯାଉଛି। ଏଠାରେ ଛୋଟାଙ୍କର ୨୪ ବଖରାଘର ଅର୍ଦ୍ଧନିର୍ମିତ ଅବସ୍ଥାରେ ଥିଲା। ଖୋର୍ଦ୍ଧା ଉପଜିଲାପାଳ, ଏସ୍‌ଡିଓଙ୍କ ନେତୃତ୍ୱରେ ୨ ପ୍ଲାଟୁନ ପୋଲିସ ଫର୍ସ ଏହି ଉଚ୍ଛେଦ ପ୍ରକ୍ରିୟାରେ ସାମିଲ ହୋଇଛନ୍ତି।

Share