Categories: ଖେଳ

କୁଜନେଶୋଭା – କେଜ୍‌ ଫାଇନାଲ

ସିନ୍‌ସିନାଟି, ୧୮।୮(ଏଏଫ୍‌ପି):  ସିନ୍‌ସିନାଟି ଓପନ୍‌ ଟେନିସ ଟୁର୍ନାମେଣ୍ଟର ମହିଳା ସିଙ୍ଗଲ୍ସ ଇଭେଣ୍ଟର ଫାଇନାଲ ମୁକାବିଲା ସ୍ପଷ୍ଟ ହୋଇଛି। ଟାଇଟଲ ପାଇଁ ଫାଇନାଲରେ ୧୬ତମ ସିଡ ଖେଳାଳି ଆମେରିକାର ମାଡିନ୍‌ସନ କେଜ୍‌ ଓ ରୁଷିଆର ଶ୍ୱେତଲାନା କୁଜନେଶୋଭା ପରସ୍ପରକୁ ଭେଟିବେ। ଶନିବାର ଖେଳାଯାଇଥିବା ସେମିଫାଇନାଲ ମ୍ୟାଚ୍‌ରେ ୩୪ ବର୍ଷୀୟ କୁଜନେଶୋଭା ୬-୨, ୬-୪ ସେଟରେ ଟପ୍‌ ସିଡ ଅଷ୍ଟ୍ରେଲିଆର ଆଶଲେ ବାର୍ଟିଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଫାଇନାଲରେ ପ୍ରବେଶ କରିଛନ୍ତି। ଏଥର ସଫଳ ହେଲେ କୁଜନେଶୋଭା କ୍ୟାରିୟର ୧୯ତମ ଡବ୍ଲ୍ୟୁଟିଏ ଟାଇଟଲ ହାସଲ କରିବେ। ଅପରପକ୍ଷରେ ୨୦୧୭ ୟୁଏସ୍‌ ଓପନ୍‌ ଚାମ୍ପିୟନ କେଜ୍‌ ନିଜ ଦେଶରେ ସୋଫିଆ କେନିନଙ୍କୁ ୭-୫, ୬-୪ ସେଟ୍‌ରେ ଅନ୍ୟ ଏକ ସେମିରେ ହରାଇ ଫାଇନାଲକୁ ଉଠିଛନ୍ତି। ଏହି ମ୍ୟାଚ୍‌ରେ ସଂଘର୍ଷ ଦେଖିବାକୁ ମିଳିଥିଲା। ନିଜ ପ୍ରଦର୍ଶନର କୁଜନେଶୋଭା ଓ କେଜ୍‌ ସନ୍ତୋଷ ପ୍ରକଟ କରିଛନ୍ତି। ଆଘାତ ସମସ୍ୟା ପାଇଁ କୁଜନେଶୋଭା ବେଶ୍‌ କିଛି ଦିନ ଟେନିସରୁ ଦୂରେଇ ରହିଯାଇଥିଲା। ଖାସ୍‌ କରି ରିଷ୍ଟ ଇଞ୍ଜୁରି ତାଙ୍କ ପାଇଁ ସମସ୍ୟା ସୃଷ୍ଟି କରିଥିଲା।

Share