Categories: ଫୁରସତ

କୁଟାର ବ୍ୟବହାର କରି ଲକ୍ଷପତି ହେଲେ ଚାଷୀ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କିଛିଦିନ ତଳେ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଥିଲା ଯେ, ସରକାରଙ୍କ ସମେତ କୋର୍ଟ ମଧ୍ୟ ନାକେଦମ ହୋଇପଡ଼ିଥିଲେ। ପ୍ରଦୂଷଣ ବଢ଼ିବାର ଦୋଷ ସିଧା ଚାଷୀଙ୍କ ମୁଣ୍ଡକୁ ଯାଇଥିଲା। କାରଣ ସେମାନେ ଧାନ ଅମଳ କରିବା ପରେ କୁଟାକୁ ଜାଳିଦିଅନ୍ତି। ଏହାର ଧୂଆଁ ଚାରିଆଡ଼େ ବ୍ୟାପୀ ପରିବେଶ ପ୍ରଦୂଷିତ କରିଥାଏ। ମାତ୍ର ଏ କ୍ଷେତ୍ରରେ ଦିଲ୍ଲୀର ଜଣେ ଚାଷୀ ଏମିତି କିଛି କରିଛନ୍ତି, ଯାହାଦ୍ୱାରା ସେ ଲକ୍ଷପତି ହୋଇଯାଇଛନ୍ତି।


ଏକ ରିପୋର୍ଟ ଅନୁଯାୟୀ, ବିନୋଦ ଚୌହାନ ନାମକ ଜଣେ ଚାଷୀ ଜମିରୁ ଧାନ କାଟିବା ପରେ କୁଟାକୁ ନ ଜାଳି ପୁନର୍ବାର ଚାଷଜମିରେ ବ୍ୟବହାର କରିଛନ୍ତି। ବିନୋଦ ପ୍ରଥମ ଥର ପାଇଁ କୁଟାର ଏପରି ବ୍ୟବହାର କରିଛନ୍ତି। ଏହି କୁଟାରେ ସେ ଛତୁଚାଷ କରିଛନ୍ତି। ତାଙ୍କ ମନରେ କ୍ଷତି ହୋଇଯିବାର ଭୟ ଥିଲା। କିନ୍ତୁ ଛତୁଚାଷ କରି ୩ ମାସ ମଧ୍ୟରେ ସେ ୩ ଲକ୍ଷ ଟଙ୍କା ରୋଜଗାର କରିସାରିଲେଣି। ଯାହା ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି।

Share