କୁଡ଼ାସାହି ଗ୍ରାମରେ ଡକାୟତି: ମାଡ଼ମାରି ଲୁଟିନେଲେ ଗହଣା, ଟଙ୍କା

ବଲାଙ୍ଗୀର ଅଫିସ,୨୪।୧: ବଲାଙ୍ଗୀର ଜିଲା କୁଡ଼ାସାହି ଗ୍ରାମରେ ଗୁରୁବାର ବିଳମ୍ବିତ ରାତିରେ ଡକାୟତି ହୋଇଛି। ରାତିରେ ଗ୍ରାମର ଉଜ୍ଜ୍ୱଳ ସାହୁଙ୍କ ଘର ଆଗରେ ଏକ ବୋଲେରୋ ରହିଥିଲା। ବୋଲେରୋରୁ ୧୦/୧୨ ଜଣ ଡକାୟତ ଆସି ଉଜ୍ଜ୍ୱଳଙ୍କ ଘରେ ପଶିଥିଲେ। ତାଙ୍କ ସ୍ତ୍ରୀ ଓ ପୁତୁରାଙ୍କୁ ମାଡ଼ ମାରି ଲକ୍ଷାଧିକ ଟଙ୍କାର ସୁନା ଗହଣା ଓ ନଗଦ ଟଙ୍କା ଲୁଟ କରି ଫେରାର ହୋଇଯାଇଥିଲେ। ଖବରପାଇ ପୋଲିସ ଶୁକ୍ରବାର ଘଟଣାସ୍ଥଳରେ ପହଞ୍ଚି ସନ୍ଧାନୀ କୁକୁର ଓ ସିସିଟିଭି ଫୁଟେଜ୍‌ ସହାୟତାରେ ତଦନ୍ତ ଚଳାଇଛି ।

Share