କୁଡାପଡ଼ା-ଖଲିଆପାଲି ରାସ୍‌ତା ସମସିଆ: ପଲ୍‌ହା ରୁଇ ପରତିବାଦ ଜନାଲେ ୨ ଗଁ।ର ମହିଲା

 

ବିନିକା,୩୧।୮(ଡି.ଏନ୍‌.ଏ):
ସୁବର୍ଣ୍ଣପୁର ଜିଲା ବିନିକା ବ୍ଲକ ବାବୁପାଲି ପଁଚେତ୍‌ ଅଧୀନ କୁଡ଼ାପଡ଼ାରୁ ଖଲିଆପାଲି ତକ୍‌ ୩ କି.ମି. ରାସ୍‌ତା ବହୁତ୍‌ ବଛର ହେଲା ଅବହେଲିତ ଅବସ୍‌ତାରେ ପଡ଼ି ରହିଛେ। ବଛ୍‌ରେ କି ଦୁଇ ବଛର ନୁହେ ଦେଶ ସୁଆଧିନ ହେବାର ଆଗ୍‌ରୁ ଇ ରାସ୍‌ତାଟା ଯେନ୍‌ତା ଥିଲା ଆଏଜ୍‌ ବି ସେ ଅବସ୍‌ତାରେ ପଡ଼ି ରହିଛେ। ହେଲେ ଇ ରାସ୍‌ତା ଉପରେ ପରଶାସନିକ ଅଧ୍‌କାରୀ କି ଥାନୀୟ ଲୋକ୍‌ ପରତିନିଧିମାନକର ନଜର ନାଇଁ ପଡ଼ବାରଟା ନିହାତି ଗୁଟେ ଲାଜ୍‌ଲଜନା କଥା ଆଏ। ରାସ୍‌ତାଟା ଖଲିଆପାଲି ହେଇ ବରଗଡ଼ ଜିଲା ଭେଡ଼େନ୍‌ ସଂଗେ ଯୁଡ଼ି ହେଇଛେ। ଭେଡ଼େନ ଅଂଚଲକେ ଯିବାର ଲାଗି ଇ ରାସ୍‌ତାଟା ସୁବିଧା ଆର ଅଲପ୍‌ ବାଟ। ହେଲେ ରାସ୍‌ତାର ବେହେଲା ଅବସ୍‌ତା ଲାଗି ଲୁକ୍‌କର କାମେ ନାଇଁ ଆଏବାର। ରାସ୍‌ତାର ଦୁଇଫାଲେ ବାବୁପାଲି ଆର ଖଲିଆପାଲି ଗଁାର ଚାଷୀକର ଖେତ୍‌ ରହିଛେ। ଯେନ୍‌ଥିରଲାଗି ସେମାନେ ଉପେ ଶୂଇନ୍‌ ହେଇ ଇ ରାସ୍‌ତା ବେଭାର କରୁଛନ୍‌। ଇଆଡ଼େ ଯେ ଉଭଏ କେନ୍ଦ୍ର ଆର ରାଏଜ୍‌ ସରକାର ଗଁାଗଁଲିର ରାସ୍‌ତାଘାଟର ଉନ୍‌ନତି ଲାଗି ଯୋଜନା ଉପରେ ଯୋଜନା ତିଆର କରି କୋଟି କୋଟି ଟଁକା ସାରୁଛନ୍‌।
ସୂଚନା ଅନ୍‌ସାରେ ଆଏଜ୍‌କେ ୪ ବଛର ତଲେ କୁଡ଼ାପଡ଼ା-ଖଲିଆପାଲି ରାସ୍‌ତା ମଝି ନାଲ୍‌ ଉପରେ ଆଇଏପି ଅନୁଦାନରୁ ୨୫ ଲାଖ୍‌ ଟଁକା ଖରଚ୍‌ରେ ଝନେ ଠିକାଦାର ବିନା ସୂଚନା ଫଲକରେ ଗୁଟେ ପୁଲିଆ ତିଆର କରିଥିଲେ। ସେନ୍‌ତା ଆର ଝନେ ଠିକାଦାର ବିନା ସୂଚନା ଫଲକରେ ଗ୍ରାମୀଣ ଗୋପବନ୍ଧୁ ଯୋଜନା ଅନୁଦାନରୁ ୨ ଲାଖ୍‌ ଟଁକାରେ ନିରଧାରିତ୍‌ ୫୦ ମିଟର ରାସ୍‌ତାର ଉନ୍‌ନତିକରନ କଲେ। ହେଲେ ଦୁଖର କଥା ରାସ୍‌ତାର ଅବସ୍‌ତା ଆଗ୍‌ରୁ ଯେନ୍‌ତାଥିଲା ଏହେଦେ ବି ସେନ୍‌ତା ଅଛେ। ଇ ରାସ୍‌ତାଟା ସତେ ଯେନ୍‌ତା ଠିକାଦାର ଆର କେତେ ଲଁାଚୁଆ ଅଧ୍‌କାରୀ, କରମଚାରୀକର ଦୁହାଲି ଗାଈ ପାଲଟିଛେ ବଲି ଗଁାବାସୀ ଅଭିଯୋଗ କରିଛନ୍‌। ଯେନ୍‌ଥିରଲାଗି ଶୁକୁରବାର ବାବୁପାଲି ଆର କୁଡ଼ାପଡ଼ା ଦୁଇଖଁଡ଼ ଗଁାର ମହିଲାମାନେ ଇ ରାସ୍‌ତାରେ ପଲ୍‌ହା ରୁଇ ପରତିବାଦ ଜନେଇଛନ୍‌। ଆଏବାର ଦିନେ ଯଦି ରାସ୍‌ତାର ଉନ୍‌ନତିକରନ ନାଇଁ ହେବା ଆମେ ଗଁାବାସୀ ରାଜ୍‌ରାସ୍‌ତାକେ ଉତିରମୁ ବଲି ଗଁାର ନବୀନ ବଡପଣ୍ଡା , ଶାଚୀ ବଡପଣ୍ଡା , ଗୋପୀନାଥ ହଂସ , ନିର୍ମଳ ମିର୍ଦ୍ଦା , ଲାଲ ମିର୍ଦ୍ଦା, ଠେକୀ ମିର୍ଦ୍ଦା, ଶଙ୍କର ଭୁଏ ପରମୁଖ ପରଶାସନକେ ଚେତାବନୀ ଦେଇଛନ୍‌।