କୁଡୁପାତିଆରୁ କୁହୁଡ଼ିକୁ ଗଞ୍ଜେଇ ଚାଲାଣ: ୨ ଗିରଫ

ସୋରଡ଼ା,୨୪।୨(ଡି.ଏନ୍‌.ଏ.): କନ୍ଧମାଳ ଜିଲା କଣାସ ନୂଆଗାଁ ଥାନ କୁଡୁପାତିଆରୁ ଖୋର୍ଦ୍ଧା କୁହୁଡ଼ିକୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ କଣାସ ନୂଆଗାଁର ସୁଦାମ ପ୍ରଧାନ ଓ ଖଗେଶ୍ୱର ପ୍ରଧାନ। ଜବତ ଗଞ୍ଜେଇର ଓଜନ ୧୫ କେଜି ହୋଇଥିବା ବେଳେ ଆନୁମାନିକ ମୂଲ୍ୟ ୭୫ ହଜାର ଟଙ୍କା ହେବ। ଏ ନେ କେସ୍‌ ନଂ. ୪୫/୨୦୨୦ ରୁଜୁ କରାଯାଇ ସୋମବାର ଅଭିଯୁକ୍ତ ଦ୍ୱୟଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନା ଅଧିକାରୀ ରମେଶ କୁମାର ପ୍ରଧାନ ସୂଚନା ଦେଇଛନ୍ତି।
ପ୍ରକାଶ ଯେ, ସୁଦାମ ଓ ଖଗେଶ୍ୱର କୁଡୁପାତିଆରୁ ବାଇକ୍‌ (ନଂ. ଓଡି୩୨ ବି୯୯୪୭) ଯୋଗେ ଏକ ବସ୍ତାରେ ୧୫ କେଜି ଗଞ୍ଜେଇ ନେଇ ଖୋର୍ଦ୍ଧା ଅଞ୍ଚଳର କୁହୁଡ଼ିକୁ ଯାଉଥିଲେ। ରବିବାର ସକାଳୁ କୌଣସି ସୂତ୍ରରୁ ଖବର ପାଇ ସୋରଡ଼ା-ଗାଜଲବାଡ଼ି ରାସ୍ତା ପାଟପଲି ନିକଟରେ ପାଟ୍ରୋଲିଂ କରୁଥିବା ପୋଲିସ ସେମାନଙ୍କୁ ଧରିଥିଲା।