କୁଣ୍ଡେ ପାଣିରେ ଗଣେଶ ମୂର୍ତ୍ତି ବିସର୍ଜନକଲେ ରବିନା ଟଣ୍ଡନ

୧୦ ଦିନ ଧରି ଗଣପତିଙ୍କ ଆରାଧନା କରିବା ପରେ ଶେଷରେ ତାଙ୍କୁ ଧୁମଧାମରେ ବିଦାୟ ଦେଇଛନ୍ତି ଅଭିନେତ୍ରୀ ରବିନା ଟଣ୍ଡନ। ଏଥର ସେ ନିଜ ଘରେ ଇକୋ-ଫ୍ରେଣ୍ଡଲି ଗଣେଶପୂଜାର ଆୟୋଜନ କରିଥିଲେ। ସାଦାସିଧା ଢଙ୍ଗରେ ଏକ ଛୋଟ ଗଣେଶ ମୂର୍ତ୍ତି ଘରେ ସ୍ଥାପନ କରିବା ପରେ ଗୋଟିଏ କୁଣ୍ଡ ପାଣିରେ ତାଙ୍କୁ ବିଦାୟ ଦେଇଥିଲେ। ନିଜ ଇନ୍‌ଷ୍ଟାଗ୍ରାମରେ ବିସର୍ଜନ ଫଟୋ ଶେୟାର କରିଛନ୍ତି ରବିନା। ଆଜିକାଲି ନଈ କିମ୍ବା ପୋଖରୀରେ ମୂର୍ତ୍ତି ବିସର୍ଜନ କରି ପରିବେଶକୁ ପ୍ରଦୂଷିତ କରାଯାଉଛି। ଏହା ଠିକ୍‌ ନୁହେଁ। ତା’ଠୁ ଭଲ ଛୋଟ ମୂର୍ତ୍ତିଟିଏ ଆଣି ଘରେ ପୂଜା କରିବା ବୋଲି ରବୀନା ମତ ଦେଇଛନ୍ତି।

Share