କୁନିରଥରେ ବଡ଼ଠାକୁର

ବଅଁରପାଳ,୪ା୭(ଡି.ଏନ୍‌.ଏ.) : ଅନୁଗୋଳ ଜିଲା ବଅଁରପାଳ ବ୍ଲକ ଅନ୍ତର୍ଗତ ଗୋତମରା ବିଶନାଥପୁରଠାରେ ପବିତ୍ର ଘୋଷଯାତ୍ରା ଉପଲକ୍ଷେ ସାହିର ବିକାଶ ବେହେରାଙ୍କ ଘରୁ ରଥ ବାହାରି ନଗର ପରିକ୍ରମା କରିବା ପରେ କୁନିକୁନି ପିଲାମାନେ ରଥକୁ ଟାଣିଟାଣି ନେଇ ମାଉସୀମା’ମନ୍ଦିରରେ ପହଞ୍ଚାଇଥିଲେ। କୁନିରଥରେ ବଡ଼ଠାକୁରଙ୍କ ଅପୂର୍ବ ଶୋଭା ସାହିବାସୀଙ୍କୁ ବିମୋହିତ କରିଥିଲା। ଏଥିରେ ସାହିବାସୀ ସହଯୋଗ କରିଥିଲେ।