କୁନି ଝୁମର ଶିଳ୍ପୀ ମୋହିତଙ୍କୁ ନେଇ ଚର୍ଚ୍ଚା

ଚମ୍ପୁଆ, ୯।୬(ଡି.ଏନ.ଏ.)-ସାମ୍ପ୍ରତିକ ପରିସ୍ଥିତିରେ ଜନ ସାଧାରଣଙ୍କ ମନୋରଞ୍ଜନ ପାଇଁ ବେଶ ଖରାକ ଯୋଗାଉଛି ଝୁମର ସଙ୍ଗୀତ। କୁରୁମାଲି ଭାଷାରେ ଏହି ସଙ୍ଗୀତ କୁଡୁମି ସମ୍ପ୍ରଦାୟର ପ୍ରମୁଖତା ବହନ କରୁଥିବା ବେଳେ ସମ୍ପ୍ରଦାୟ ବାହାରେ ମଧ୍ୟ ଏହାର ଆଦୃତ୍ତି ବଢିବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳରେ ଝୁମର ନାଚ ଓ ଝୁମର ସଙ୍ଗୀତ ମଧ୍ୟ ବେଶ ଲୋକପ୍ରିୟ ହୋଇପାରିଛି। ମୋହିତ ରଞ୍ଜନ ନାମକ ଜଣେ ୭ ବର୍ଷର ଶିଶୁ ଝୁମର ସଙ୍ଗୀତ ପରିବେଷଣ କରି ବେଶ୍‌ ଲୋକପ୍ରିୟ ହୋଇଛନ୍ତି। ତାଙ୍କ ଘର ଚମ୍ପୁଆ ବ୍ଲକ ରଙ୍ଗାମାଟିଆ ପଞ୍ଚାୟତ ଅନ୍ତର୍ଗତ ଚିଲିକାପଶିରେ। ତାଙ୍କ ପିତା ହେଲେ ପ୍ରିୟଦର୍ଶି ଚନ୍ଦନ ମହାନ୍ତ ଓ ମା’ ଆରତୀ ମହାନ୍ତ। ପିତାମାତାଙ୍କ ପ୍ରେରଣାରେ ଜଣେ କଳାକାର ହୋଇପାରିଛନ୍ତି ବୋଲି ସେ କହିଛନ୍ତି। ବାସୁଦେବପୁର ସରସ୍ବତୀ ବିଦ୍ୟା ମନ୍ଦିରର ତୃତୀୟ ଶ୍ରେଣୀର ଛାତ୍ର। ବିଭିନ୍ନ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମରେ ଯୋଗଦେଇ ସେ ପ୍ରଶଂସା ସାଉଣ୍ଟି ପାରିଛନ୍ତି। ଆଗକୁ ଏହିପରି ସଙ୍ଗୀତ ସାଧନ କରି ନାଁ କମାନ୍ତୁ ବୋଲି ସ୍ଥାନୀୟ ଲୋକେ କାମନା କରିଛନ୍ତି।

Share