Categories: ଫୁରସତ

କୁନି ମୁଣ୍ଡର ସୁରକ୍ଷା କବଚ ଏଇ ବ୍ୟାକ୍‌ପ୍ୟାକ୍‌

କୁନି ପିଲାଟି ବସିବା ଆରମ୍ଭ କଲେ ଅବା ଟଳମଳ ପାଦ ପକାଇ ଚାଲିବା ଆରମ୍ଭ କଲେ ମା’ବାପାଙ୍କୁ ବହୁତ ଖୁସି ଲାଗେ। ହେଲେ ଡର ଥାଏ ବସିବା ସମୟରେ ଓ କୁନି କୁନି ପାଦରେ ଚାଲୁ ଚାଲୁ କାଳେ ପଡ଼ିଯିବ। ଆଉ ମୁଣ୍ଡ ବାଜି ଆଘାତ ଲାଗିଯିବ। ଅଧିକାଂଶ ପିଲା ପଛପଟୁଆ ପଡ଼ି ଥାଆନ୍ତି। ତେଣୁ ମୁଣ୍ଡର ପଛଭାଗରେ ଆଘାତ ଲାଗିବାର ଭୟ ଅଧିକ ଥାଏ। ମା’ବାପାଙ୍କର ଏହି ଭୟ ଦୂରକରିବା ଓ ପିଲାଙ୍କ କୁନି ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆସିଯାଇଛି ଏକ ସ୍ବତନ୍ତ୍ର ଧରଣର ବ୍ୟାକ୍‌ପ୍ୟାକ୍‌। ଏହାର ଡିଜାଇନ ପିଲାଙ୍କ ମୁଣ୍ଡକୁ ସୁରକ୍ଷା ପ୍ରଦାନ କରିବା ପାଇଁ ହୋଇଛି। ବ୍ୟାକ୍‌ପ୍ୟାକ୍‌ର ଉପରଭାଗରେ ଗୋଲାକାର ରିଙ୍ଗ ଅଛି, ଯାହା ନରମ ଗଦି ପରି ହୋଇଥାଏ। ଏହି ବ୍ୟାକ୍‌ପ୍ୟାକ୍‌ର ଓଜନ ବହୁତ ହାଲ୍‌କା(୧୦୦-୨୦୦ ଗ୍ରାମ) ଏବଂ ଏଥିରେ ଆଡଜଷ୍ଟେବଲ୍‌ ଷ୍ଟ୍ରାପ୍‌ ଥାଏ। ତେଣୁ ପିଲା ଏହାକୁ ବେଶ୍‌ ଆରାମରେ ପିନ୍ଧିପାରିବେ। ଆଉ ପଡ଼ିଗଲେ ମୁଣ୍ଡକୁ ଆଘାତ ଲାଗିବାର ଭୟ ବି ରହିବ ନାହିଁ।

Share