ଆବଶ୍ୟକ ସାମଗ୍ରୀ: କୁନ୍ଦୁରୀ ୨୫୦ ଗ୍ରାମ୍, ଲୁଣ ଏକ ଚାମଚ, ୨ ଚାମଚ ଭିନେଗାର, ସୋରିଷ ତେଲ ୧/୪ କପ୍, ହେଙ୍ଗୁ ଅଳ୍ପ, ଲାଲ ଲଙ୍କା ଗୁଣ୍ଡ ୧ ଛୋଟ ଚାମଚ, ହଳଦୀ ଗୁଣ୍ଡ ୧/୨ ଚାମଚ, ହଳଦିଆ ସୋରିଷ ୨ ଛୋଟ ଚାମଚ, ପାନମହୁରି ୨ ଛୋଟ ଚାମଚ, ମେଥି ୨ ଛୋଟ ଚାମଚ।
ପ୍ରସ୍ତୁତି ପ୍ରଣାଳୀ: କୁନ୍ଦୁରୀଗୁଡ଼ିକୁ ଲମ୍ବାରେ ୪ ଭାଗ କରି କାଟି ଦିଅନ୍ତୁ। ଏକ କାଚ ଡବାରେ କୁନ୍ଦୁରୀ ରଖି ଲୁଣ ମିଶାଇ ଦିଅନ୍ତୁ। ଡବା ବନ୍ଦ କରି ଖରାରେ ଗୋଟେ ଦିନ ରଖି ଦିଅନ୍ତୁ। ପରେ ଏକ ଛଣା ସାହାଯ୍ୟରେ କୁନ୍ଦୁରୀରୁ ବାହାରିଥିବା ପାଣିକୁ ଅଲଗା କରିଦିଅନ୍ତୁ। ଗ୍ୟାସ୍ ଚୁଲାରେ ଏକ ପ୍ୟାନ୍ ଲଗାଇ ଗରମ କରନ୍ତୁ। ଅଳ୍ପ ଆଞ୍ଚରେ ମେଥି, ପାନମହୁରି ଏବଂ ସୋରିଷକୁ ୧ରୁ ୨ ମିନିଟ ପର୍ଯ୍ୟନ୍ତ ଭାଜି ଦିଅନ୍ତୁ। ଏହାକୁ ଥଣ୍ଡା କରି ଗୁଣ୍ଡ କରି ଦିଅନ୍ତୁ। ବର୍ତ୍ତମାନ ଚୁଲାରେ ପ୍ୟାନ୍ ଗରମ କରି ତେଲ ପକାନ୍ତୁ। ତେଲ ଗରମ ହେବା ପରେ ଚୁଲା ବନ୍ଦ କରି କୁନ୍ଦୁରୀକୁ ପକାଇ ଗୋଳାଇ ଦିଅନ୍ତୁ। ବର୍ତ୍ତମାନ ସେଥିରେ ମସଲା ଗୁଣ୍ଡ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ହେଙ୍ଗୁ ମିଶାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଶେଷରେ ଭିନେଗାର ପକାଇ କିଛି ସମୟ ଛାଡ଼ି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା କୁନ୍ଦୁରୀ ଆଚାର।